ପୁରୀ: ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ସଂସ୍କାର ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରୀ କରିଛି । ସେହିପରି ମହୋଦଧିରେ ଅସ୍ତି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧିକ୍ରିୟାକୁ ବାରଣ କରାଯାଇଛି । ଗତବର୍ଷ କରୋନା ସଂକ୍ରମଣ ସମୟରେ ମଧ୍ୟ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବସଂସ୍କାର ଉପରେ କଟକଣା ଜାରୀ କରାଯାଇଛି ।