ସ୍ୱାଧୀନତା ଦିବସ ସଂକଳ୍ପର ଦିବସ : ଗଣଶିକ୍ଷାମନ୍ତ୍ରୀ

ଯାଜପୁର: ସ୍ୱାଧୀନତା ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଆମଜାତି ଓ ଦେଶ ପାଇଁଗୌରବର ଦିବସ । ସମବଦ୍ଧଭାବେ ଆମେ ଏହାର ସୁରକ୍ଷା ଓ ଅଖଣ୍ଡତାକୁ ବଜାୟ ରଖିବାକ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଆହ୍ୱାନ ଦେଇଛନ୍ତି । ଶନିବାର ଜିଲ୍ଲା ସ୍କୁଲ ପଡିଆଠାରେ ଯାଜପୁର ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓ ଜାତୀୟ ପତାକା ଉତୋଳନ କରି ମନ୍ତ୍ରୀ ଶ୍ରୀ ଦାଶ ସର୍ବପ୍ରଥମେ ଦେଶମାତୃକାର ସେବା ପାଇଁ ସଂଗ୍ରାମ କରିଥିବା ଓ ଆତ୍ମବଳୀ ଦେଇଥିବା ସଂଗ୍ରାମୀ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମହାତ୍ମା ଗାନ୍ଧି, ଜବାଲାଲ୍ନେହୁରୁ, ସୁବାଷ ବୋଷ, ସର୍ଦ୍ଧାରବଲ୍ଲଭ ଭାଇ ପଟେଲ, ଲାଲ୍ବାହାଦୁର ଶାସ୍ତ୍ରୀ, ମୌଲାନା ଆବୁଲକାଲାମ ଆଜାଦ, ଡଃଭୀମରାଓ ଆମ୍ବେଦକର, ଲକ୍ଷ୍ମଣ ନାଏକ, ବୀରସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାଶ, ନବକୃର୍ଷ୍ଣ ଚୌଧୁରୀ, ମାଳତୀଚୌଧୁରୀ, ରମାଦେବୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ପ୍ରମୁଖଙ୍କସ୍ମୃତି ପ୍ରତିଶ୍ରଦ୍ଧାଞ୍ଜଳୀ ଜଣାଇ ଏମାନଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ । ଯାଜପୁର ଜିଲ୍ଲା ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଏକ ଅଗ୍ରଣୀଜିଲ୍ଲା ।୧୯୩୪ ମସିହାରେ ଗାନ୍ଧିଜୀଙ୍କ ପଦ ଯାତ୍ରା ସ୍ୱାଧୀନତା ସଂଗ୍ରାମକୁ ଅଧିକ ଶାଣିତ କରିଥିଲା । ବରୀ ମାଟି ବୀର ମାଟି ଭାବେ ସ୍ୱାଧୀନତା ସଂଗ୍ରାମକୁ ଅଧିକ କ୍ରିୟାଶୀଳ କରିଥିଲା ସେହିପରି ଜିଲ୍ଲାର ପୌରାଣିକ, ଐତିହାସିକ, ପର୍ଯ୍ୟଟନ, ଶିଳ୍ପ, କଳା ଓ ସଂସ୍କୃତିର ସମ୍ଭାର ଅନନ୍ୟ ବୋଲି କହିବାସହ ସମ୍ଫ୍ରତି କରୋନା ବିରୁଦ୍ଧରେ ସଂଗ୍ରାମ ପାଇ କରୋନା ଯୋଦ୍ଧାମାନଙ୍କର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ । ଯାଜପୁର ଜିଲ୍ଲା କରୋନାର ମୁକାବିଲାରେ ବେଶ୍ ଉଲେଖନୀୟ ସଫଳତା ହାସଲ କରିଛି । ଜିଲ୍ଲାରେ ସୁସ୍ଥତା ହାର ରାଜ୍ୟ ଓ ଦେଶଠାରୁ ଅଧିକ ଥିବାବେଳେ ମୃତ୍ୟୁହାର ସବୁଠାର କମ । ଏହା କରୋନା ଯୋଦ୍ଧାଙ୍କ ସହ ପ୍ରଶାସନର ତ୍ୱରିତ ପଦକ୍ଷେପ, ଗଣମାଧ୍ୟମର ସହଯୋଗ ଓ ସାଧାରଣ ଲୋକମାନଙ୍କର ସରକାରୀ ମାର୍ଗଦର୍ଶିକା ପ୍ରତି ନିଷ୍ଠାର ଅନୁପାଳନର ପ୍ରମାଣ ବୋଲି ସେ କହିଥିଲେ । ସେହିପରି ପ୍ରଥମ ପର୍ଯ୍ୟୟରେ କରୋନାରୁ ସୁସ୍ଥ ହୋଇଥିବା ୪ଜଣ ବ୍ୟକ୍ତି ଗୁରୁତର କରୋନାରୋଗୀଙ୍କ ଉନ୍ନତ ଚିକିତ୍ସାପାଇ ସେମାନଙ୍କର ପ୍ଲାଜମା ଦାନ କରିବା ଏକ ବିରାଟ ଉପଲବ୍ଧୀ ବୋଲିକହିବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । କରୋନା ଏକ ଲମ୍ବାଲଢେଇ । ତେଣୁ ପ୍ରତ୍ୟେକ ସଚେତନ ହୋଇ ନିଜର ସୁରକ୍ଷାକୁ ସୁନିଶ୍ଚିତ କରିବାକ ୁସେ ଅନୁରୋଧ କରିଥିଲେ । ଚଳିତବର୍ଷ ମାଟ୍ରିକ ଓ +୨ ପରୀକ୍ଷାରେ ସଫଳ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । କରୋନା କଟକଣା ଯୋଗୁ ଚଳିତବର୍ଷ ପ୍ୟାରେଡ କରାଯାଇନଥିଲା । ପୋଲିସବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରୀୟ ସଂଗୀତ ପରିବେଷଣ ସହ ଦର୍ଶକଭାବେ କୋଭିଡ ଯୋଦ୍ଧାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ପୋଲିସ ରିଜର୍ଭ ଇନ୍ସିପେକ୍ଟର କାହ୍ନୁଚରଣ ମାଣ୍ଡ ର୍ିପୋଲିସ ବ୍ୟାଣ୍ଡ ଓ ପଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ଦାଶ ସର୍କିଟ ହାଉସରେ ବୃକ୍ଷରୋପଣ କରିଥିଲେ । ପ୍ରାରମ୍ଭରେ ଗାନ୍ଧିଛକ ଠାରେ ଥିବାଗାନ୍ଧିଜୀ ଓ ସଂସ୍କୃୃତିଭବନରେ ଥିବାବର ପୁତ୍ରମାନଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଓ ଅନ୍ୟମାନେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶଚନ୍ଦ୍ରମହାନ୍ତି, ଜିଲ୍ଲାପାଳ ରଂଜନ କୁମାର ଦାସ, ଏସ.ପି ଚରଣସିଂମିନା, ସମେତ ତାଲିମ ନେଉଥିବା ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ପ୍ରତ୍ୟୁଷରୁ ସହର ମଧ୍ୟରେ ଲୋକ ସମ୍ଫର୍କବିଭାଗ ପକ୍ଷରୁଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା ।

Comments (0)
Add Comment