ସ୍ୱାସ୍ଥ୍ୟ ସୁରକ୍ଷା କିଟ୍ ବଂଟନ

ଡେଲାଙ୍ଗ: ସାଂପ୍ରତିକ ବିଶ୍ମ ମହାମାରୀ କରୋନା ଓ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଯୁବ ରେଡକ୍ରସ , ଓଡିଶା ରାଜ୍ୟଶାଖା ତରଫରୁ ଗାଦିବ୍ରହ୍ମ ଡିଗ୍ରୀ କଲେଜ ,ଡେଲାଙ୍ଗ ଯୁବ ରେଡକ୍ରସ ୟୁନିଟ୍ କୁ ପାରିବାରିକ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ କିଟ୍ ଯୋଗାଇ ଦିଆଯାଇଥିବା ବେଳେ, ବୁଧବାର ସୁଜନପୁର ପଚାଂୟତର ବାଲିଉପର ଦଳିତ ବସ୍ତିରେ ଶତାଧିକ ପରିବାରକୁ ଏହି ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ କିଟ୍ ବଣ୍ଟନ କରାଯାଇଥିଲା । ଏହି କିଟ୍ ରେ ବ୍ଲିଚିଂ, ଫିନାଇଲି, ସାବୁନ, ମାସ୍ଲ ଆଦି ସାମଗ୍ରୀ ରହିଛି । ଏହି କାର୍ଯ୍ୟକ୍ରମ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ.ଅଜୟ ତି୍ରପାଠୀ,କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, କଲେଜ ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା ,ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ସାହୁ, ଅଧ୍ୟାପକ ତ୍ରିନାଥ ପରିଡାଙ୍କ ତତ୍ୱାବଧନରେ ଏବଂ ସ୍ଥାନୀୟ ସରପଚଂଙ୍କ ପ୍ରତିନିଧି ସଂଜୟ ରାଉତରାୟ ଓ ଦୁଷ୍ମନ୍ତ ବଳବନ୍ତରାୟ ପ୍ରମୁଖଙ୍କ ଉପସ୍ଥିତିରେ ଏହି ପାରିବାରିକ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ କିଟ୍ ବଣ୍ଟନ କରାଯାଇଥିଲା ।

Comments (0)
Add Comment