ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ : ଆର୍ଥିକ ଆତଙ୍କବାଦ ହେଉଛି କଳାଧନ ଠୁଳ

କଟକ: ଆର୍ଥିକ ଆତଙ୍କବାଦ ହେଉଛି କଳାଧନ ଠୁଳକରିବା ଏବଂ ଏହାକୁ ଗୋପନ ରଖିବା ପାଇର୍ ହେଉଥିବା ମନି ଲଣ୍ଡରିଂ (ଅନ୍ୟ ପାଣ୍ଠିକୁ ଗୋପନରେ ଚାଲାଣ କରିବା)ହେଉଛି ଆତଙ୍କବାଦ କାର୍ଯ୍ୟ । ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ଏହା ବିପଦ ସୃଷ୍ଟି କରୁଥିବା ବେଳେ ରାଷ୍ଟ୍ରର ନୀତି ଓ ସାର୍ବଭୌମତ୍ୱ ପ୍ରତି ମଧ୍ୟ ବିପଦ । କଳା ଧନ ପ୍ରସଙ୍ଗକୁ ନେଇ ରୁଜୁ ମାମଲାରେ ଦାୟର ଏକ ଜାମିନ ଆବେବଦନର ଶୁଣାଣି କରି ହାଇକୋର୍ଟ ଉକ୍ତ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି । ଜଷ୍ଟିସ ସଞ୍ଜବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମହମ୍ମଦ ଅରିଫଙ୍କ ଜାମିନ ଆବେଦନ ଖାରଜ କରିବା ସହିତ ଏଭଳି ଏକ ଟିପ୍ପଣି ଲେଖିଛନ୍ତି । ପ୍ରକାଶିତ ରାୟରେ ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତିଯେ, ଇଂଟରନ୍ୟାସନାଲ ମନିଟାରି ଫଣ୍ଡ(ଆଇଏମଏଫ) ଆକଳନ ଅନୁସାରେ ପ୍ରତି ବର୍ଷ ସୃଷ୍ଟି ହେଉଥିବା କଳାଧନର ପରିମାଣ ୫୯୦ ମିଲିୟନରୁ ୧.୫ ଟ୍ରିଲିୟନ ଡଲାର । ସାରା ବିଶ୍ୱର ଘରୋଇ ଉତ୍ପାଦନର ଏହା ହେଉଛି ୨ରୁ ୫ ପ୍ରତିଶତ । ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଂଗକୁ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି । ଏପରି ଅପରାଧ ମଣିଷର ଚେତନାକୁ ଗ୍ରାସ କରିବା ସହିତ ବିଶ୍ୱ ବାଣିଜ୍ୟର ନୈତିକ ଦିଗକୁ କ୍ଷତି ପହଞ୍ଚାଇଥାଏ । ଅପରାଧି ଏଭଳି ଅପରାଧ ଚତୁରତାର ସହିତ କେବଳ ଲାଭ ଉଠାଇବାକୁ କରିଥାଏ । ଏପ୍ରକାର ଆର୍ଥିକ ବ୍ୟବସ୍ଥାର ଅପବ୍ୟବହାର କୌଣସି ଦେଶର ଆର୍ଥିକ ବିକାଶ ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ । ଏଥିସହିତ ସୀମାପାର ବ୍ୟାପାର ଉପରେ ମଧ୍ୟ ପ୍ରତିକୁଳ ପ୍ରଭାବ ପକାଇଥାଏ । ବିଶ୍ୱ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଦେଶର ଖ୍ୟାତି ଉପରେ କୁପ୍ରଭାବ ପକାଇଥାଏ । ଏପରି ଅପାରାଧ କରୁଥିବା ଅପରାଧି ସହଜରେ ସନେ୍ଦହ କରାଯାଇ ପାରୁ ନଥିବା ଗ୍ରାମାଞ୍ଚଳର ସରଳ ଲୋକ ଓ ଆର୍ଥିକ ଦୃଷ୍ଟିରୁୁ ଦୁର୍ବଳ ଲୋକଙ୍କୁ ଟାର୍ଗେଟ କରିଥାନ୍ତି । ଅଧିକ ଲାଭ ଆଶାରେ ଏପରି ଲୋକମାନେ ନିଜର କଷ୍ଟ ଅର୍ଜିତ ଧନ ଏପରି ଅପରାଧିଙ୍କ କଥାରେ ବିଭିନ୍ନ ଯୋଜନାରେ ନିବେଶ କରିଥାନ୍ତି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । ମାମଲାର ବିବରଣିରୁ ପ୍ରକାଶଯେ, ଫାଇନ ଇଣ୍ଡିସେଲ୍ସ ପ୍ରାଇଭେଟ ଲିମିଟେଡ ସଂସ୍ଥାରେ ନିବେଶ କରି ଠକାମିର ଶିକାର ହୋଇଥିବା ନେଇ ଜଣେ ବ୍ୟକ୍ତି ୨୦୦୯ରେ ବାଲେଶ୍ୱର ସହଦେବଖୁଂଟା ଥାନାରେ ଏତଲା ରୁଜୁ କରିଥିଲେ । ପରବର୍ତି ସମୟରେ ଏହି ଠକେଇ ମାମଲାର ତଦନ୍ତ ଭାର ସିବିଆଇ ନେଇଥିଲା । କଳାଧନ କାରବାର ସଂପର୍କରେ ତଥ୍ୟମିଳିବା ପରେ ଏନେଇ ପ୍ରବର୍ତନ ନିର୍ଦେଶାଳୟ ମଧ୍ୟ ପି୍ରଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ)ଅନୁସାରେ ମାମଲା ରୁଜୁ କରି ଅଭିଯୋଗର ତଦନ୍ତ କରିଥିଲା । ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜର୍ଜ ତଥା ସ୍ୱତନ୍ତ୍ର ଜଜ୍ ଏହି କଳାଧନ କାରବାର ମାମଲାରେ ଆବେଦନକାରୀଙ୍କ ଜାମିନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବେଳେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ଗୋପାଳ ଅଗ୍ରୱାଲ । ଇଛି ।

Comments (0)
Add Comment