ଅନୁଗୁଳ/ ସମ୍ବଲପୁର: ହାତୀ ଆକ୍ରମଣରେ ଦୁଇଜଣଙ୍କର ପ୍ରାଣହାନି ଘଟିଛି। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନ ଯାଇଛି। ବନ୍ତଳା ଥାନା ବାରଗୌଣିଆ ଗ୍ରାମର ସୁଦାମ ପ୍ରଧାନ(୪୨) ସକାଳୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ସେଠାରେ ଦନ୍ତା ହାତୀ ରହିଥିବା ସୁଦାମ ଜାଣି ପାରିନଥିଲେ। ପୂର୍ବରୁ ତଳଗଡ଼ ଓ କନ୍ତମେଘ ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଥିଲା ବେଳେ ଗତକାଲି ବାଘୁଆପାଟ ଜଙ୍ଗଲରେ ଜଣେ ମୃତ୍ୟୁବରଣ କରିଥିଲେ। ବନ୍ତଳା ଅଞ୍ଚଳରୁ ଦେଢ଼ ମାସରେ ହାତୀ ୪ଟି ଜୀବନ ନେଇଛି ।