ହୋଲି ଗାଧୁଆ ହେଲା କାଳ: ପାଣିରେ ବୁଡ଼ି ୨ ମୃତ

ଭୁବନେଶ୍ୱର: ହୋଲି ଗାଧୁଆ ହେଲା କାଳା ରାଜ୍ୟରେ ପାଣିରେ ବୁଡ଼ି ୨ ମୃତ, ୨ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ମହାନଦୀ ଘାଟରେ ବୁଡ଼ି ୧୬ ବର୍ଷର ନାବାଳକ ମୃତ । ହୋଲି ଖେଳି ସାରି ଗାଧୋଇବା ବେଳେ ବୁଡ଼ିଗଲେ । ଆନନ୍ଦପୁର ବାଉଁଶଗଡ କେନାଲ୍ରେ ବୁଡି ଜଣେ ଯୁବକ ମୃତ । ନରସିଂହପୁର ମାଙ୍କଡ଼ଭୂଆଁ ଘାଟରେ ବୁଡ଼ି ଯାଇ ମାମୁଭଣଜା ଗୁରୁତର ହୋଇଥିବା ଜଣାପଡିଛି । ଖୁସିର ପର୍ବ ହୋଲିରେ କାଳ ହେଲା ଗାଧୁଆ । ନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ନାବାଳକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୋନପୁରର ସହରରେ । ବରଗଡ଼ ଜିଲ୍ଳାରେ କାର୍ଯ୍ୟରତ ବିଡିଓ ଯୁଧିÂିର ମେହେରଙ୍କର ଏକମାତ୍ର ପୁଅ ହେଉଛନ୍ତି ସୁମିତ୍ ବୟସ ୧୫୬ ବର୍ଷ ହୋଲି ଖେଳିସାରିବା ପରେ ନିଜ ସାଙ୍ଗମନାଙ୍କ ସହ ଗାଧୋଇବାକୁ ମହାନଦୀ ସେତୁ ଘାଟକୁ ଯାଇଥିଲେ । ସେ ନଦୀରେ ଗାଧୋଉଥବା ବେଳେ ହଠାତ୍ ପାଣି ସୁଆରେ ଭାସିଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ସୁମିତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁମିତଙ୍କ ମୃତୁ୍ୟ ଖବର ପାଇବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ସେହିପରି ଆନନ୍ଦପୁର ଥାନା ଅନ୍ତର୍ଗତ ବାଉଁଶଗଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଘଡେଇଙ୍କର ପୁତ୍ର ବିଶ୍ୱଭୂଷଣ ଘଢେ଼ଇ ୨୫ ଦୋଳରେ ହୋଲି ଖେଳି ସାରୀ ବାଉଁଶଗଡ ନିକଟରେ ଥିବା କେନାଲରେ ଗାଧୋଇହେବା ପାଇଁ ଯାଇ ଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ପରିବାର ଲୋକ ଖୋଜା ଖୋଳି କରିଥିଲେ ହେଲେ କୈଣସି ସନ୍ଧାନ ପାଇ ନ ଥିଲେ । ତାପରେ ଆନନ୍ଦପରୁ ଦମକାଳ ବାହିନିକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଁଂଚି ବହୁ ଖୋଜା ଖୋଜି ପରେ ପଥର ପାଉଛରେ ବିଶ୍ୱଭୂଷଣ ଲାଗିଥିବା ଉଦ୍ଧାର କରିବା ପରେ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ବିଶ୍ୱଭୂଷଣକୁ ମୃତ ଘୋଷଣା କରିଥିଲେ । ଆନନ୍ଦପୁର ପୋଲିସ ଶବକୁ ଜବତ୍ କରି ବ୍ୟବଚ୍ଛେଦ କରି ପାରି ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

Comments (0)
Add Comment