ଭୁବନେଶ୍ୱର: ଗତକାଲି ଅନୁÂିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଗ୍ରୀଡକୋ ସୁବିଧାରେ ବ୍ୟାଙ୍କ ଋଣ ପାଇବା ପାଇଁ ଆର୍ଥôକ ବର୍ଷ ୨୦୧୯-୨୦ ପାଇଁ ଦିଆଯାଇଥିବା ୧୫୦୦ କୋଟି ଟଙ୍କା ଏବଂ ୨୦୨୦-୨୧ ପାଇଁ ଦିଆଯାଇଥିବା ୨୬୦୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଂଟିର ଅବଧି ୨ବର୍ଷର ମୋରାଟୋରିୟମ ସହିତ ୫ବର୍ଷରୁ ୭ ବର୍ଷକୁ ବୃଦ୍ଧି କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
ରାଜ୍ୟସ୍ତରୀୟ କ୍ରୀଡ଼ା ଭିତିଭୂମି ବିକାଶ ପ୍ରକଳ୍ପ ଯାହା ୩୫୬.୩୮ କୋଟି ଟଙ୍କାର ବ୍ୟୟବରାଦରେ କଳିଙ୍ଗ ଷ୍ଟାଡିୟମର ଭିତିଭୂମି ବିକାଶ ଏବଂ ରାଉରକେଲା ଠାରେ ନୂତନ ହକି ଷ୍ଟାଡିୟମର ନିର୍ମାଣ କରାଯାଇ ଏଫ୍ଆଇଏଚ୍ ପୁରୁଷ ବିଶ୍ୱକପ୍ ହକି ୨୦୨୩ ଆୟୋଜନ କରାଯିବା ପାଇଁ ଉର୍ଦ୍ଧିଷ୍ଟ ତାହା ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରୀ ଲାଭ କରିଛି । ରାଜ୍ୟର ୯ଟି ଜିଲ୍ଲାରେ ୧୦ଟି ଆଦିବାସୀ ଭାଷାରେ ଶିକ୍ଷାଦାନ କରିବା ପାଇଁ ୨୦୦୮ ମହିହାରୁ ସୃଷ୍ଟି କରାଯାଇଥିବା ୧୦୦ ଠିକା ଭାଷା ଶିକ୍ଷକ ପଦବୀକୁ ନିୟମିତ କରାଯିବା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।
ବେସରକାରୀ ଡିଲରମାନଙ୍କ ଦ୍ୱାରା ସାଧାରଣ ବଂଟନ ବ୍ୟବସ୍ଥାକୁ ସୂଚାରୁ ରୂପେ ଚାଲୁ କରିବା ପାଇଁ ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ, ୨୦୧୬ର ଧାରା ୪(୬)ରେ ନିର୍ଦ୍ଧାରିତ ସମୟସୀମାର ଅବଧି ୫ବର୍ଷରୁ ୫ବର୍ଷ ୬ ମାସକୁ ବୃଦ୍ଧି କରିବା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପ୍ରସ୍ତାବିତ ଓଡ଼ିଶା ଭେଷଜ ନିୟନ୍ତ୍ରାଳୟ ସେବା(ଭେଷଜ ନିୟନ୍ତ୍ରଣ ପ୍ରଶାସନ) (ନିଯୁକ୍ତି ତଥା ସେବା ସର୍ତାବଳୀ) ନିୟମ ୨୦୨୦ ପ୍ରବର୍ତନ କରାଯିବା ପାଇଁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ସମସ୍ତ ମେଡ଼ିକାଲ ଏବଂ ପାରାମେଡ଼ିକାଲ ଅନୁÂାନଗୁଡ଼ିକର ପ୍ରଶାସନିକ ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଏକ ସ୍ୱାସ୍ଥ୍ୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବା ଉଦେ୍ଧଶ୍ୟରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ୍ ୨୦୨୧କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସମ୍ପ୍ରତି ରାଜ୍ୟର ଗୃହ ନିର୍ମାଣ ଚାହିଦା ପୂରଣ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଚାହିଦା ପୂରଣ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ବୋଡର଼୍ର ପୁନର୍ବିନ୍ୟାସ ଏବଂ ସଶକ୍ତିକରଣ ଲକ୍ଷ୍ୟରେ ଓଡ଼ିଶା ହାଉସିଂ ବୋଡର଼୍ ଅଧିନିୟମ ୧୯୬୮ର କେତେକ ନିୟମାବଳୀକୁ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ମଞ୍ଜରୀ ପ୍ରଦାନ କରିଛନ୍ତି । ବିଳମ୍ବିତ କିସ୍ତି ପ୍ରଦାନ ଯୋଗୁଁ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା ଉପରେ ଧାର୍ଯ୍ୟ ହୋଇଥିବା ୯୯୪.୫୯ ଲକ୍ଷ ଟଙ୍କାର ସୁଧା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ଉପରେ ଧାର୍ଯ୍ୟ ୧୯୨୦.୮୮ ଲକ୍ଷ ଟଙ୍କାର ସୁଧ ଛାଡ଼ ସହିତ ଉଭୟ କର୍ତୃପକ୍ଷ ଗୃହ ହସ୍ତାନ୍ତରଣ ବା ଆବଂଟନ ସମୟରେ ବକେୟା ରହିଥିବା ୫୬୬.୫୨ ଲକ୍ଷ ଟଙ୍କା ପରିଶୋଧ କରିବା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଓଡ଼ିଶା ବସ୍ତିବାସିନ୍ଦା ଭୂମି ଅଧିକାର ଅଧିନିୟମ ୨୦୧୭ର ଧାରା(୩), ଉପଧାରା(୨) ବିଭାଗ(କ) ଅନ୍ତର୍ଗତ ପ୍ରୋଭିଜ ୨ରେ ସଂଶୋଧନ କରାଯାଇ ବସ୍ତିବାସିନ୍ଦାମାନଙ୍କୁ ଅନୁ୍ୟନ ୩୦ ବର୍ଗମିଟର ଜମି ଉପରେ ଅଧିକାର ପ୍ରଦାନ କରାଯିବା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଖଣି ପରିଚାଳନାରେ ବ୍ୟାପକ ଦ୍ରୁତ ପରିବର୍ତନ ସହିତ ବେନିୟମ ଖଣି କାରବାର ବୃଦ୍ଧି ପାଇବା ଆଶଙ୍କାକୁ ସଠିକ୍ ଭାବରେ ପ୍ରତିହତ କରାଯିବା ନିମନ୍ତେ ରହିଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ଖଣିଜ ପଦାର୍ଥ(ଚୋରି, ଚୋରା ଚାଲାଣ ଏବଂ ବେଆଇନ୍ କାରବାର ନିବାରଣ ଏବଂ ଦଖଲ ମହଜୁଦକରଣ, ବ୍ୟବସାୟ ଓ ପରିବହନ ନିୟନ୍ତ୍ରଣ) ନିୟମ ୨୦୦୭ର ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।