୧୨ ଘଣ୍ଟାରେ ୨ଟି ହତ୍ୟା

କେନ୍ଦୁଝର:: ନିକଟରେ ଦୁର୍ଦାନ୍ତ ଅପରାଧି କାଣ୍ଡେ ମାଝୀର ହତ୍ୟା ଘଟଣା ପରେ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ପର୍ଯ୍ୟନ୍ତ ୧୨ ଘଣ୍ଟା ଭିତରେ ଆଉ ୨ଟି ନୃଶଂସ ହତ୍ୟା କାଣ୍ଡ ଯୋଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ଜଣାପଡିଛି ଯେ, ଶୁକ୍ରବାର ରାତିରେ ବାଂଶପାଣି ଅଞ୍ଚଳର ଭୋଳା ପାତ୍ର ନାମକ ଜଣେ ସୁରକ୍ଷା କର୍ମିକୁ ଅତ୍ୟନ୍ତ ନିର୍ମମ ଭାବେ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ବେଳେ ତାଙ୍କର ରକ୍ତ ଜୁଡୁବୁଡୁ ମୃତ ଦେହ ବାଂଶପାଣି ଠାରେ ବନ୍ଦ ହୋଇରହିଥିବା ଏକ ମଦ ଭାଟିର ପରିତ୍ୟକ୍ତ କୁଣ୍ଡ ଭିତରୁ ଉଦ୍ଧାର କରାଯାଇଛି । ତେବେ ମଦ ଭାଟିର ଘର ଭିତରେ ରକ୍ତ ପଡିଥିବା ବେଳେ ସେହିଠାରେ ହିଁ ତାଙ୍କୁ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ଜଣଙ୍କ ପାଖରେ ଥିବା ଏକ ଗ୍ୟାରେଜରେ ସୁରକ୍ଷା କର୍ମି ଭାବେ କାର୍ଯ୍ୟ କରୁଥିବା ବେଳେ ମୃତକ ଜଣଙ୍କ ନିଜର ପୁଅ ସହିତ ରହିଆସୁଥିଲେ । ତେବେ ଯୋଡା ଥାନା ଆରକ୍ଷୀ ସନ୍ଦେହରେ ତାଙ୍କ ପୁଅକୁ ନେଇ ପଚରା ଉଚରା କରୁଥିବା ଜଣାପଡିଛି ।

Comments (0)
Add Comment