୧୩୫ ଅଙ୍ଗନବାଡି କେନ୍ଦ୍ରରୁ ୪୮ ନିଜସ୍ୱ ଘର ନାହିଁ

  • ପଲିଥିନ କୁଡ଼ିଆରେ ଶିଶୁଙ୍କ ପାଠପଢ଼ା

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଚାଲିଛି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଜବ ନୀତି । କେଉଁଠି ପଲିଥିନ ତଳେ ଶିକ୍ଷା ଚାଲିଛି ତ କେଉଁଠି କା ଘର ବାରଣ୍ଡାରେ । ସରକାର ସଦାବେଳେ ଶିଶୁଙ୍କ ବିକାଶ ପାଇଁ ଅନେକ ପ୍ରକାର ଯୋଜନା କରି ଚାଲିଛନ୍ତି କିନ୍ତୁ ଏପରି ସ୍ଥଳେ ଶିଶୁଙ୍କ ଭବିଷ୍ୟତ ଅନ୍ଧାରରେ । ବ୍ଲକରେ ୧୩୫ ଟି ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ବେଳେ ୮୭ ଟି ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୪୮ ଘର ନିଜସ୍ୱ ରହିନାହିଁ । ୦୯ ଟି ଅଙ୍ଗନବାଡି କେନ୍ଦ୍ର ବିଦ୍ୟାଳୟରେ ଚାଲିଛି ,୧୯ ଟି କେନ୍ଦ୍ର କମ୍ୟୁନିଟି ଗୃହରେ ଚାଲିଛି ଓ ୨୦ ଟି ଅଙ୍ଗନବାଡି କେନ୍ଦ୍ର ଭଡାରେ ଚାଲିଛି ।ଏହିପରି ଭାବେ ଚାଲିଛି ନନ୍ଦାହାଣ୍ଡି ବ୍ଲକରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଶିକ୍ଷା ବ୍ୟବସ୍ଥା । ନୂତନ ଭାବେ ହୋଇଥିବା  ୧୦ କେନ୍ଦ୍ର ପାଇଁ ଆଜି ଯାଏଁ ଅଙ୍ଗନବାଡି କେନ୍ଦ୍ର ପାଇଁ ସରକାର ଟଙ୍କା ଦେଇ ନାଁହାନ୍ତି ବୋଲି ସୂଚନା ମିଳିଛି। ସୂଚନା ଥାଉକି ଗତ କିଛି ଦିନ ତଳେ ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ପଖନାଗୁଡା ଠାରେ ପଲିଥିନ ତଳେ ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା । ଆଗକୁ ବର୍ଷା ଆରମ୍ଭ ଥିବା ବେଳେ ପଲିଥିନ ତଳେ ଯଦି ଶିକ୍ଷା ବ୍ୟବସ୍ଥା ଚାଲେ ତା ହେଲେ କିପରି ଶିକ୍ଷା ବ୍ୟବସ୍ଥା ସୁଧାରିବ ପାଠକେ ଜାଣି ପାରୁଥିବେ ।ଏହିପରି ଭାବେ ଚାଲିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଶିଶୁମାନଙ୍କ ଶିକ୍ଷା ବ୍ୟବସ୍ଥା । ସରକାର ଏଥିପ୍ରତି ଧ୍ୟାନ ଦେଇ ଏହାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

Comments (0)
Add Comment