୧୪୭ ୟୁନିଟ ରକ୍ତ ସଂଗୃହିତ

କଟକ: ବୃକ୍ଷ ରୋପଣ ଏବଂ ରକ୍ତ ଦାନ ଭଳି ମହତ କାର୍ଯ୍ୟକୁ ଏକ ପ୍ରମୁଖ ଦାୟିତ୍ୱ ଭାବେ ବାଛି ନେଇଥିବା ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଅଶୋକ ଦାସ ଫାଉଣ୍ଡେସନ ଓ ଜିଲ୍ଳା ରେଡ଼କ୍ରସ୍ର ମିଳିତ ସହଯୋଗରେ ଦଶରଥପୁର ବ୍ଲକ୍ ଅର୍ନ୍ତଗତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଉଚ୍ଚ୍ ବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଫାଉଣ୍ଡେସନର ବରିଷ୍ଠ ଉପଦେଷ୍ଟା ତଥା ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ଯୋଗ ଦେଇ ଏହି ଶିବିରର ଶୁଭାରମ୍ଭ କରିଥିଲେ । ବ୍ଲକ୍ ଅଧିନ ତରପଦା ଓ କସପା ପଞ୍ଚାୟତର ବହୁ ସ୍ୱେଛାସେବୀ ଏହି ଶିବିରରେ ରକ୍ତଦାନ କରିଥିଲେ । ଯାଜପୁରର ପୂର୍ବତନ ପୈାରପାଳ ତଥା ଫାଉଣ୍ଡେସନର ସଚିବ ଭବପ୍ରସାଦ ଦାସ, ଜିଲ୍ଳା ବିଜେଡ଼ି ସଭାପତି ତଥା ଜିଲ୍ଳା ପରିଷଦ ସଭ୍ୟ ସରୋଜ ମହାପାତ୍ର, ଯାଜପୁର ବ୍ଲକ୍ ବିଡ଼ିଓ ସୈାରଭ ଚକ୍ରବର୍ତ୍ତୀ ପ୍ରମୁଖ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିଥିବା ସ୍ୱେଛାସେବୀଙ୍କୁ ଉସôାହିତ କରିଥିଲେ । ରେଡ଼କ୍ରସ ଟିମ୍ ପକ୍ଷରୁ ଡ଼ଃ କୈାଶିକ ପାତ୍ରଙ୍କ ନେତୃତ୍ୱରେ ଆର.ସି ଖଟୁଆ, ନବୀନ କୁମାର ମହାନ୍ତି, ଦେବେନ୍ଦ୍ର ଦେହୁରୀ, ଚିନ୍ମୟ ରଂଜନ ସାହୁ, ବିପି ଘୋଷ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ତୁଲାଇଥିଲେ । ଶିବିରରୁ ମୋଟ ୧୪୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅଶୋକଦାସ ଫାଉଣ୍ଡେସନର ଦଶରଥପୁର ବ୍ଲକ୍ କାର୍ଯ୍ୟକର୍ତ୍ତା ମୁକ୍ତିକାନ୍ତ ପଣ୍ଡା, ଶ୍ରୀକାନ୍ତ ସ୍ୱାଇଁ, ବିଜୟ କୁମାର ରାଉତ, ଦିବ୍ୟ ରଂଜନ ମହାନ୍ତି, ସ୍ମୃତି ରଂଜନ ପୋଥାଳ ଏବଂ ଯାଜପୁର ବ୍ଲକ୍ କାର୍ଯ୍ୟକର୍ତ୍ତା ରମଣୀ ରଂଜନ ରାଉତ, ଧମେନ୍ଦ୍ର ନାୟକ, ଦେବଦତ୍ତ ଦାସ, ବ୍ୟାସଦେବ ରାଉତ, ଚିତ୍ତ ରଂଜନ ବେହୁରିଆ, ସୁଭ୍ରଜିତ୍ ରାଉତଙ୍କ ସମେତ ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ, ମନୋଜ କୁମାର ରାଉତ, ଜୟନ୍ତ ମହାନ୍ତି, ତାପସ ଜେନା, କସପା ସରପଞ୍ଚ ପ୍ରତିନିଧି ବସନ୍ତ ସାହୁ, କସପା ପଞ୍ଚାୟତ ଅଶୋକ ଦାସ ଫାଉଣ୍ଡେସନର ସଭାପତି ସନ୍ତୋଷ ବାରିକ, ଦୁଦୁରାଅଣ୍ଟା ପଞ୍ଚାୟତ ସଭାପତି ମାଝି, ଜୟପ୍ରକାଶ ସାହୁ, ପ୍ରଶାନ୍ତ ବେହେରା ପ୍ରମୁଖ ଏହି ରକ୍ତଦାନ ଶିବିର ପରିଚାଳନାରେ ସକ୍ରିୟ ସହାୟତା କରିଥିଲେ ।

Comments (0)
Add Comment