ପାଟଣାଗଡ : ପାଟଣାଗଡ ନିର୍ବାଚନ ମଣ୍ଡିଳର ୧୫ ନମ୍ବର ଜୋନରେ ଖାଲି ପଡିଥିବା ଜିଲ୍ଲା ପରିହଦ ଆସନ ପାଇଁ ଆଜି ରାଜ୍ୟ ନିର୍ବାଚ କମିଶନ ପାଟଣାଗଡ ଉପଜିଲ୍ଲାପାଳଙ୍କୁ ପତ୍ର ମଧ୍ୟମରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ୧୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ଥିବା ବିଜେଡି ନିର୍ବାଚିତ ପ୍ରାର୍ଥୀ ବିଜୟ ପ୍ରଧାନୀଙ୍କ ଗତ ସେପ୍ଟେମେମ୍ବର ମାସରେ ଆକସ୍କିକ ବିୟୋଗ ହୋଇଥିଲା । ଫଳରେ ଏହି ଆସନ ୭ ମାସରୁ ଅଧିକ ହେବ ଖାଲି ପଡିଥିଲା ବେଳେ ବିକାଶମୂଳକ କାମରେ ବଧା ସୃଷ୍ଟି ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ଅପ୍ରେଲ ୨୮ ତାରିଖ ଦିନ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥିବା ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ସୂଚନା ଦେଇଛନ୍ତି ।