୧ ଲକ୍ଷ ୨୯ ହଜାର ନକଲି ହନୁମାନ ପଇସା ଜବତ, ୩ ଗିରଫ


ନୂଆପଡ଼ା: ହନୁମାନ ପଇସା ପାଇଁ ୨ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦାଫାସ୍ ହୋଇଛି । ଘଟଣାର ୧୦ ଦିନ ପରେ ଗୁରୁବାର ଦୂଆପଡ଼ା ପୋଲିସ ହତ୍ୟା ଘଟଣାରେ ସାମିଲ୍ ଥିବା ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ, କୋମନା ଥାନା ସିଆଲଟି ଗ୍ରାମର ତୁଲା ଧରୁଆ (୩୨) ନୂଆପଡ଼ା ଥାନା କେରମେଲି ଗୁଡୁ ମାଝୀ (୩୨) ଓ ମୃତକଙ୍କ ପୁତୁରା ନିରଞ୍ଜନ ମାଝୀ (୨୩) ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ ୧ ଲକ୍ଷ ୨୯ ହଜାର ଟଙ୍କା, ନକଲି ହନୁମାନ ପଇସା, ୨ଟି ଗାଡି, ଲାଠି ଓ ୪ଟି ମୋବାଇଲ୍ ଜବତ କରାଯାଇଛି । ଏନେଇ ନୂଆପଡ଼ା ଏସ୍ଡିପିଓ ପ୍ରଶାନ୍ତ ପଟ୍ଟପାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଉନ୍ତି । ଗତ ୧୮ ତାରିଖ ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତକ ହେଲେ, କୋମନା ଥାନା ରେଙ୍ଗାବାହାଲ ଗ୍ରାମର ପଦ୍ମନ ମାଝୀ (୪୫) ଓ ଲଖନା ଥାନା ଘାଟିପଡ଼ାର ଯୁବକ ପିଂଟୁ ସାହୁ (୨୩) ।

Comments (0)
Add Comment