୨ଟି ବାଘଛାଲ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୩ ।୦୬(ନି.ପ୍ର.): ନୟାଗଡ଼ ଜିଲ୍ଲାର ରଣପୁର ଅଂଚଳରୁ ୨ଟି ବାଘଛାଲ ଜବତ ହୋଇଛି । ବାଘ ଛାଲ ରଖିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ ଏସ୍ଟିଏଫ୍ ।ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଂଚ ଏସ୍ଟିଏଫ୍ ନୟାଗଡ଼ ଜିଲ୍ଲାର ରଣପୁର ଅଂଚଳରେ ଚଢ଼ାଉ କରିଥିଲା । ଏହି ସମୟୟରେ ବାଘଛାଲ ରାକେଟ୍ର ପର୍ଦ୍ଧାଫାସ କରିଥିଲା । ରାକେଟ୍ରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି, ତା’ର ତଦନ୍ତ ଜାରି ରଖିଛି ଏସ୍ଟିଏଫ ।ଗତ ୮ ତାରିଖରେ ମଧ୍ୟ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଗିରିପୂଜା ଜଙ୍ଗଲରେ ବାଘଛାଲ ବିକ୍ରି ଲାଗି ଯୋଜନା ହେଉଥିବା ବେଳେ ସ୍ପେଶାଲ ଟାସ୍କ ଫୋର୍ସର ଏକ ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବାଘ ଓ ହରିଣ ଛାଲ ଜବତ ସହ ୨ ଜଣଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍ ।

Comments (0)
Add Comment