୩୧ତମ ବାଲିଘର ବାର୍ଷିକୋତ୍ସବ

‘ସତ୍ୟ, ଧର୍ମ, ଭକ୍ତି ବଳରେ ସାହିତ୍ୟ ରଚନା କାଳଜୟୀ ହୋଇଥାଏ’

ଜଗତସିଂହପୁର: ସାହିତ୍ୟ ସଭ୍ୟତାର ଆରମ୍ଭରୁ ରହିଆସିଛି ଓ ଏତାଦୃଶ ସାହିତି୍ୟକମାନଙ୍କୁ କାଳଜୟୀ କରିଥାଏ ବୋଲି ଏରସମା ପଣ୍ଡିଆ ନିକଟସ୍ଥ ମୁଣ୍ଡିଦା ଗ୍ରାମର ବାଲିଘର ଫାଉଣ୍ଡେସନର ୩୧ତମ ସାରସତ୍ୱ ମହାମିଳନରେ ବିଶିଷ୍ଟ କବି, କବିୟତ୍ରୀ ଓ ଲେଖକମାନଙ୍କର ମତ ପ୍ରକାଶ ପାଇଛି । ଗତ ଫେବୃଆରୀ ୨୮ ତାରିଖ ଦିନ ବାଲିଘର ଫାଉଣ୍ଡେସନ ତରଫରୁ ବିଶିଷ୍ଟ ଶିଶୁ ସାହିତି୍ୟକ ତଥା ବାଲିଘର ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ମହାମିଳନ ଓ ବାଲିଘର ୩୧ତମ ବାର୍ଷିକୋତ୍ସବରେ ବିଶିଷ୍ଟ ଲେଖକ ତଥା ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ଉତ୍ସବ, ବାଲିଘର କାର୍ଯ୍ୟାଳୟ ଉତ୍ସବ ସମାରୋହକୁ ପ୍ରଦୀପ ପ୍ରଜ୍ୱଳନ କରି ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଲେଖକ ତଥା ସ୍ତମ୍ବକାର ଦାସ ବେନୁହର ଯୋଗଦେଇ କହିଲେ ଯେ, ଆଜିର ସଭ୍ୟତା କାଳଜୟୀ ରୁପେ ଗଢି ତୋଳିବାକୁ ହେଲେ, ରାମାୟଣ ଠାରୁ ସତ୍ୟତା, ମହାଭାରତ ଠାରୁ ଧର୍ମ ଶିକ୍ଷା ସହିତ ଶ୍ରୀ ଭାଗବତ ବାଣୀରୁ ଭକ୍ତିଭାବ ଜାଗ୍ରତ କରାଇପାରିଲେ ସମାଜର ମୋଡ ବଦଳାଇଦେଇପାରିବ ବୋଲି କହିଥିଲେ । ସେ ପୌରାଣିକ କଥାବସø୍ତୁକୁ ଯୁବପିଢିମାନେଏବଂ ଆଜିର ଲେଖକ, କବିମାନେ ଶ୍ରେୟ ମଣିଲେ ଯାଇ ମନୁଷ୍ୟଙ୍କ ପରିବର୍ତନ ଆସିବ ବୋଲି କହିଥିଲେ । ଏବର୍ଷର ୨୦୨୧ ନିମନ୍ତେ ବାଲିଘର ଫାଉଣ୍ଡେସନ ସାରସ୍ୱତ ସମ୍ମାନରେ ବିଶିଷ୍ଟ ଲେଖକ ଦାସ ବେନୁହରଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଅଙ୍ଗବସ୍ତ୍ର ସହ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଗୀତିକାର ଓ ଲେଖିକା ଶ୍ରୀକତି ଛନ୍ଦା ମିଶ୍ର, ପ୍ରଖ୍ୟାତ କେନ୍ଦ୍ର ସାହିତ୍ୟ ଏକାଡେମି ଦ୍ୱାରା ପୁରଷ୍କୃତ କବି ପିତାମ୍ବର ମହାପାତ୍ର, ବିଶିଷ୍ଟ ଲେଖିକା ବୀଣାପଣୀ ଚୌଧୁରୀ, କବି ପୁର୍ଣ୍ଣଚନ୍ଦ୍ର ମିଶ୍ର, ହାରାମଣି ମହାପାତ୍ର,ବିଭୁତି ରାୟ, ନିତ୍ୟାନନ୍ଦ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଅଧିବେସନରେ ମୁଖ୍ୟ ଅତିଥିମାନଙ୍କ ମଧ୍ୟରେ କବି ଉମାକାନ୍ତ ନାୟକ, ଉପ ଜିଲ୍ଲାପାଳ ନାରାୟଣ ନାୟକ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର, ହୃଷିକେଷ ଜେନା, ବ୍ୟଦନାଥ ସାହୁ ପ୍ରମୁଖ ସମ୍ମିଳନୀରେ ପପ୍ରମୁଖମାନେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ତଥା ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅଜୟ କୁମାର ବେହେରା ପ୍ରଥମାର୍ଦ୍ଧଠାରୁ ଶେଷ ଅଧିବେସନରେ ପୌରହିତ କରିଥିଲେ । ପ୍ରଥମ ଅଧିବେସନ କବି ସମ୍ମିଳନୀ ବୈଦ୍ୟନାଥ ସାହୁ ସଂଯୋଜନା କରିଥିବା ବେଳେ ଦ୍ୱତୀୟ ଅଧିବେସନରେ ଅନିନ୍ଦା ମିଶ୍ର, ସ୍ୱରପ୍ରିୟତମ ସାହୁ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ । ସଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ସାମ୍ବାଦିକ ତଥା କବି ଅମର ଜ୍ୟେତି ସାହୁ, ପପୁର୍ବତନ ସରପଞ୍ଚ ଦୀପ୍ତିରାଣୀ ପ୍ରଧାନ, ଗଣେଶ ମହାନ୍ତି, ଓମ ପ୍ରକାଶ ଦାସ, ସମାଜସେବୀ ନିତ୍ୟାନନ୍ଦ ଲେଙ୍କା, ସ୍ନେହମୟୀ ଆଚାର୍ଯ୍ୟ, ବାଲିଘର ସମ୍ପାଦକ କୈଳାସ ସ୍ୱାଇଁ ପ୍ରମୁଖ ଥିଲେ । ଏହି ସାରସ୍ୱତ ଉତତ୍ସବରେ ହୃଷିକେସ ଜେନା କୈଳାସ ଚନ୍ଦ୍ର ପ୍ରଧାନ, ଦୀପ୍ତିରନ ଖଣ୍ଡୁଆଳ, ଯଜାତି କେଶରୀ ସାମନ୍ତରାୟ, ପଣ୍ଡିତ ନାଗୁଚରଣ ଦେବତା, ବିର୍ଷ୍ଣୁପି୍ରୟା ମିଶ୍ର, ଶଙ୍କର ଚରଣ ସେଠୀ, ନଗେନ୍ଦ୍ରନାଥ ସ୍ୱାଇଁ, ଯୁଗୋଳ କିଶୋର ତି୍ରପାଠୀ, ଚନ୍ଦନ କୁମାର ଦାସ, ଖୀରୋଧ ସେଠୀ, ମହେଶ୍ୱର ସ୍ୱାଇଁ, ଅରୁଣ ବେହେରା, ମୁକ୍ତିପ୍ରସାଦ ସାହାଣୀ, ଉମେଶ ଚନ୍ଦ୍ର ସ୍ୱାଇଁ, ସଂଗ୍ରାମ ସ୍ୱାଇଁ,ସାମ୍ବାଦିକ ତଥା ପରିବେଶ ବିତ ବୀରବଳ ଦଳାଇ, ସାମ୍ବାଦିକ ସରୋଜ କୁମାର ନାୟକ, ସାମ୍ବାଦିକ ଜ୍ୟୋତିରନ ପରିଡା, ଗୌରାଙ୍ଗ ସ୍ୱାଇଁ, ଶ୍ରୀବତ୍ସ ପାଢୀ, ବସନ୍ତ ମରୀ ଦାସ, ପ୍ରମୋଦ କୁମାର ଲୋଙ୍କା, ପ୍ରତାପ ଚନ୍ଦ୍ର ମଲ୍ଲିକ, ଗିତା ଦାସ, ମହାପ୍ରସାଦ ଶତପଥି, ଦୀପ୍ତି ଖଣ୍ଡୁଆଳ, କୁନ୍ତଳା ମହାପାତ୍ର, ସୁରେନ୍ଦ୍ର ତି୍ରପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବାଲିଘର ଫାଉଣ୍ଡେସନର ନିଦେ୍ର୍ଧଶକ ସଂଗ୍ରାମ କେଶରୀ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Comments (0)
Add Comment