ଭୁବନେଶ୍ୱର: ମୟୂରଭଞ୍ଜରୁ ଧରାପଡ଼ିଥିବା ବ୍ରାଉନସୁଗାର ବେପାରୀ ସେକ୍ ଆସିକ୍ ୪ ଦିନିଆ ରିମାଣ୍ଡରେ ଆସିଛି । କ୍ରାଇମ୍ବ୍ରାଂଚର ଏସ୍ଟିଏଫ୍ ତାକୁ ରିମାଣ୍ଡରେ ଆଣିବା ପରେ ଜେରା ଆରମ୍ଭ କରିଛି । ଏସ୍ଟିଏଫ୍ ୪ ଦିନ ଧରି ତାକୁ ଜେରା କରାଯାଇ ବେପାରର ମୂଳ ପର୍ଯ୍ୟନ୍ତ ଯିବାକୁ ଉଦ୍ୟମ କରିବ । କୋଭିଡ କଟକଣା ପାଇଁ ଲକ୍ଡାଉନ୍ କଟକଣା ରହିଥିଲେ ହେିଁ ୩ କୋଟି ଟଙ୍କାର ବ୍ରାଉନସୁଗାର କେଉଁଠୁ ଆଣିଲେ ତାହାକୁ ନେଇ ଏବେ ଏସ୍ଟିଏଫ୍ ଚିନ୍ତାରେ ପଡ଼ିଛି । ରାଜ୍ୟର ସୀମା ସିଲ୍ ହେବା ସହ ରାଜ୍ୟ ଭିତରେ ମଧ୍ୟ କଟକଣା ରହିଛି । ଏଭଳି ସ୍ଥିତିରେ ଏହି ମୋଟା ପରିମାଣର ନିଷିଦ୍ଧ ସାମଗ୍ରୀର ଦେଣନେଣ ହେବା କ୍ରାଇମବ୍ରାଂଚ ସହ ଗୁଇନ୍ଦା, ପୋଲିସ, ଅବକାରୀ ବିଭାଗ ପାଇଁ ଚାଲେଞ୍ଜ ହୋଇଛି । ଏଣୁ ଏହାକୁ ଏସ୍ଟିଏଫ୍ ଗୁରୁତର ସହ ନେଇଛି । ୪ ଦିନ ଭିତରେ ତାକୁ ବାରିପଦା ନିଆଯାଇ ଏହି କାରବାର ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଯୋଜନା କରିବ ବୋଲି କୁହାଯାଉଛି । ସେହିଭଳି ବାଲେଶ୍ୱର ସେକ୍ ରାଜା ସହ କ’ଣ ସମ୍ପର୍କ ରହିଛି? ଅନ୍ୟ ଜିଲ୍ଲାର କେଉଁ ବେପାରୀଙ୍କୁ ମାଲ୍ ଯୋଗାଉଛି? ବାରିପଦାରେ ତାକୁ କେଉଁମାନେ ସହଯୋଗ କରୁଛନ୍ତି? ଏ ସବୁ ପ୍ରଶ୍ନକୁ ନେଇ ଏସିି୍ଟିଏଫ୍ ଆସିକ୍କୁ ମାରଥନ୍ ଜେରା ଆରାମ୍ଭ କରିଛି ।