୪୬ ପର୍ଯ୍ୟଟନ ସ୍ଥଳିରେ ପର୍ଯ୍ୟଟକଙ୍କୁ ମିଳିବ ଅଧିକ ସୁବିଧା


ଭୁବନେଶ୍ୱର: ରାଜ୍ୟର ୩୬୦ ପର୍ଯ୍ୟଟନସ୍ଥଳରୁ ୪୬ଟି ପର୍ଯ୍ୟଟନସ୍ଥଳକୁ ଫୋକସ୍ରେ ରଖିଛି ପର୍ଯ୍ୟଟନ ବିଭାଗ । ଏହି ପର୍ଯ୍ୟଟନସ୍ଥଳକୁ ନୂଆ ରୂପ ଦିଆଯିବ । ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳଗୁଡିକରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ରହଣି, ପାନୀୟଜଳ, ରାସ୍ତା ଏବଂ ଶୌଚାଳୟର ସୁବିଧା ମିଳିପାରିବ । ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜଗତସିଂହପୁର, କଟକ, ସୁନ୍ଦରଗଡ଼, କୋରାପୁଟ, ଗଞ୍ଜାମ ଭଳି ୧୯ଟି ଜିଲ୍ଲର ୪୬ଟି ପର୍ଯ୍ୟଟନସ୍ଥଳକୁ ପ୍ରାଥମିକତା ଦିଆଯାଇଛି । ଏ କ୍ଷେତ୍ରରେ ମହିଳାଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଧିକ କରାଯାଉଛି ବୋଲି ବିଭାଗୀୟ ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି । ନୂତନ ଭାବେ ପର୍ଯ୍ୟଟନ କ୍ଷେତ୍ରକୁ ସ୍ୱାଭାବିକ କରିବା ସହ ଆତିଥ୍ୟ ବ୍ୟବସ୍ଥାରେ ପରିବର୍ତନ ଅଣାଯିବ । ପର୍ଯ୍ୟଟକଙ୍କ ପାଇଁ ରାସ୍ତା, ଗାଡିପାର୍କିଂ, ପାନୀୟ ଜଳ, ଶୌଚାଳୟ, ପୋଷାକ ବଦଳାଇବା ପାଇଁ କକ୍ଷ, ଆବର୍ଜନା ପରିଚାଳନା ବକ୍ସ, ସଫି ଷ୍ଟୋର୍ ଖାଦ୍ୟ ସାମଗ୍ରୀ, କାଫେଟେରିଆ ଓ ପାୱାର ସପ୍ଲାଏ ଭଳି ବିଭିନ୍ନ ସୁବିଧା କରାଯିବା ଯୋଜନା ରହିଛି । ରାଜ୍ୟର ୪୬ଟି ପର୍ଯଟନ କ୍ଷେତ୍ର ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଚିଲିକାର ବରକୁଳ, ଖଣ୍ଡଗିରି ଓ ଉଦୟଗିରି, ଧଉଳି, ନନ୍ଦନକାନନ, ଯାଜପୁରର ଉଦୟଗିରି, ରତ୍ନଗିରି, ଲାଗୁଡି ପର୍ଯ୍ୟଟନ କ୍ଷେତ୍ର ରହିଥିବା ବେଳେ କେନ୍ଦୁଝରର ଘଟଗାଁ, ସାନଘାଗରା, ଖଣ୍ଡାଧାର, ବଡ଼ଘାଗରା ରହିଛି । ଏଥିସହ ମୟୂରଭଞ୍ଜର ଖିଚିଙ୍ଗ, ଜଗତସିଂହପୁରର ପାରାଦ୍ୱୀପ, କଟକର ଧବଲେଶ୍ୱର ଓ ଲଳିତଗିରି ରହିଥିବା ବେଳେ ସୁନ୍ଦରଗଡ଼ର ଖଣ୍ଡାଧାର, କୋରାପୁଟ ଗୁପ୍ତେଶ୍ୱର ଓ ଡୁଡୁମା ପର୍ଯ୍ୟଟନକ୍ଷେତ୍ରର ଉନ୍ନତି କରାଯିବ । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଓ ମଣ୍ଡାସରୁ, ପୁରୀର ସତ୍ୟବାଦୀ, ପିପିଲ, ରାମଚଣ୍ଡି ଓ ସାତପଡ଼ା ରହିଥିବା ବେଳେ ଗଞ୍ଜାମର ଗୋପାଳପୁର, ରମ୍ଭା ଅଂଚଳର ଉନ୍ନତୀକରଣ କରାଯିବ । ଗଜପତିର ଜିରଙ୍ଗ, ବରଗଡ଼ର ନୃସିଂହନାଥ, ବଲାରଙ୍ଗୀରର ହରିଶଙ୍କର, ରାଣୀପୁର ଏବଂ ଭୀମଡୁଙ୍ଗୁରି ବରଗଡ଼ର ନୃସିଂହନାଥ, ବଲାଙ୍ଗୀରର ହରିଶଙ୍କର, ରାଣୀପୁର ଏବଂ ଭୀମଡୁଙ୍ଗୁରି ରହିଛି । ବାଲେଶ୍ୱରର ଚନ୍ଦନେଶ୍ୱର, ବଳରାମଗଡ଼ି ଚାନ୍ଦିପୁର, ରେମୁଣା, ପଂଚଲିଙ୍ଗେଶ୍ୱର, ତାଳସାରୀ ରହିଥିବା ବେଳେ ସୁବର୍ଣ୍ଣପୁରର ସ୍ୱର୍ଣ୍ଣପୁର, ଅନୁଗୋଳର ଦେଉଳିଝର ଓ ଟିକରପଡ଼ା ରହିଥିବା ବେଳେ ଢେ଼ଙ୍କାନାଳର ଯୋରନ୍ଦା, ସପ୍ତଶର୍ଯ୍ୟା, କପିଳାସ ରହିଛି । ଏଥିସହ ନୟାଗଡ଼ର ବାରମୂଳ ଓ ଓଢ଼ଙ୍ଗ ପର୍ଯ୍ୟଟନ କ୍ଷେତ୍ରକୁ ବିଭାଗ ପ୍ରଥମ ପର୍ଯ୍ୟାୟରେ ଗୁରୁତ୍ୱ ଦେଉଛି । ଚିଲିକା ଓ ଭିତରକନିକାରେ ଥିବା ବୋଟଗୁଡ଼ିକ ମରାମତି କରାଯିବ । ପର୍ଯ୍ୟଟକମାନେ ଯେପରି ସୁବିଧାରେ ବୋଟରେ ଭ୍ରମଣ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଥିବା ପ୍ରକାଶ ।

Comments (0)
Add Comment