୪ ଶିଳ୍ପସଂସ୍ଥାରେ ୩୪,୧୦୫ ନିଯୁକ୍ତି

ଭୁବନେଶ୍ୱର: ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ଜିଲ୍ଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମସଂସ୍ଥାନ ପାଇଛନ୍ତି ।ଏହିସବୁକାରଖାନା ୭୬,୬୧୮.୬୪ କୋଟିଟଙ୍କାବ୍ୟୟରେ ପ୍ରତିଷ୍ଠିତହୋଇଛି ।
ବିଜେପି ବିଧାୟିକାକୁ ସୁମଟେଟେଙ୍କ ଏକ ପ୍ରଶ୍ନରଉତ୍ତରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କରମିଶ୍ର ବିଧାନସଭାରେ ଏହିସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ ଝାରସୁଗୁଡ଼ା ଠାରେ ଥିବା ବେଦାନ୍ତ ଆଲୁମିନିୟମ୍ କମ୍ପାନୀରୁ ଆଂଶିକ ଉତ୍ପାଦନ ହେଉଥିବା ବେଳେ ଏଠାରେ ୯୭୩୧ ଜଣ କାର୍ଯ୍ୟରତ ଅଛନ୍ତି । ୮୪୦୦ କୋଟିଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ଏହି କାରଖାନାରୁ ଆଲୁମିନିୟମ୍ ଉତ୍ପାଦନ ହେଉଥିବା ବେଳେ ଏଠାରେ ୧୩୫୦ ମେଗାୱାଟର ନିଜସ୍ୱ ତାପଜ ବିଦୁ୍ୟତ୍ କେନ୍ଦ୍ରରହିଛି । ସେହିଭଳି ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀଠାରେ ଥିବା ଭୂଷଣ ଇସ୍ପାତ କାରଖାନାରେ ସର୍ବାଧିକ ୧୮,୮୦୧ ଜଣ ବ୍ୟକ୍ତି ନିଯୁକ୍ତି ପାଇଥିବାବେଳେ ବର୍ତ୍ତମାନ କାରଖାନାରୁ ଆଂଶିକଉତ୍ପାଦନ ହେଉଛି । ଏହିକାରଖାନାର ମୂଲ୍ୟ ୨୦,୮୦୪.୪୯ କୋଟିଟଙ୍କା । ସମ୍ବଲପୁର ଜିଲ୍ଲାର ଲପଙ୍ଗା ଠାରେ ଥିବା ହିଣ୍ଡାଲ ୍କୋକମ୍ପାନୀର ଆଦିତ୍ୟ ଆଲୁମିନିୟମ୍ କାରଖାନାରେ ୩୫୭୩ ଜଣ କର୍ମ ନିଯୁକ୍ତି ପାଇଛନ୍ତି । ଏହି କାରଖାନାରୁ ଏବେ ପୂର୍ଣ୍ଣକ୍ଷମତା ବିଶିଷ୍ଟ ଆଲୁମିନିୟମ୍ ଉତ୍ପାଦିତ ହେଉଛି । ସୁନ୍ଦର ଗଡ଼ଜିଲ୍ଲାର ଦର୍ଲିପାଲ୍ଲୀ ଠାରେ ଥିବା ଏନ୍ଟିପିସି ତାପଜ କେନ୍ଦ୍ରରେ ୨୦୦୦ ଲୋକଙ୍କୁ କର୍ମସଂସ୍ଥାନ ମିଳିଥିବା ବେଳେ ଏଠାରେ ଏବେ ୮୦୦ ମେଗାୱାଟ ବିଜୁଳି ଉତ୍ପାଦିତ ହେଉଛି ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଶିଳ୍ପ କାରଖାନାରେ ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଏକ ନିଦେ୍ର୍ଧଶନାମା ଜାରିହୋଇଛି । ତଦନୁଯାୟୀ ପ୍ରକଳ୍ପ ଗୁଡ଼ିକରେ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ସ୍ତରରେ ଆବଶ୍ୟକ ଥିବା ପଦବୀମଧ୍ୟରୁ ୯୦ ପ୍ରତିଶତ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂରଣ କରାଯିବ । କୁଶଳୀ ଶ୍ରମିକଙ୍କ ପାଇଁ ଥିବା ପଦବୀମଧ୍ୟରୁ ୬୦ ପ୍ରତିଶତ ଓ ପରିଚାଳନା କ୍ଷେତ୍ରରେ ଥିବା ପଦବୀ ମଧ୍ୟରୁ ଅତିକମ୍ରେ ୩୦ ପ୍ରତିଶତ ସ୍ଥାନୀୟ ଯୁବକ ଯୁବତୀଙ୍କ ଦ୍ୱାରା ପୂରଣହେବ । ତେବେ ବରିÂ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଗୁଡ଼ିକ ଯୋଗ୍ୟତା ଭିତ୍ତିରେ ବାହାରୁ ପୂରଣ କରାଯାଇପାରିବ ।

Comments (0)
Add Comment