‘୫ଟି’ ସଚିବଙ୍କ ଗସ୍ତକୁ ନେଇ ପ୍ରଶାସନିକ ତତ୍ପରତା

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡକୁ ‘୫ଟି’ ସଚିବଙ୍କ ଗସ୍ତ ଆସନ୍ତା ୧୦ ତାରିଖରେ ଥିବାରୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ,ଏସପି, ଏଡିଏମ୍, ରାସ୍ତା ଓ ଗୃହନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀ, ଡିଏସପି ରାମରାୟ ମୁର୍ମୁ, ଆଇଆଇସି ଗଗନ ବିହାରୀ ନାୟକ,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପ୍ରମୁଖ ଚମ୍ପୁଆ ନେହେରୁ ଷ୍ଟାଡିୟମରେ ହେଲିକପ୍ଟର ଅବତରଣ ସ୍ଥଳରେ ସ୍ଥିତି ପରଖିବା । ଏହାପରେ ଗୋଧୂଳି ପାନୀୟ ଜଳ ପ୍ରକଳ୍ପ, ମନ୍ଦିର ଏବଂ ପରବର୍ତ୍ତୀ ସମୟରେ କାନପୁର ଜଳସେଚନ ପ୍ରକଳ୍ପ ଓ ଯୋଡା ଫ୍ଲାଇଓଭର ପରିଦର୍ଶନରେ ଯିବାର ଥିବାରୁ ସେ ସମସ୍ତ ସ୍ଥାନକୁ ପ୍ରଶାସନିକ ଅଧିକାରୀମାନେ ଯାଇ ସ୍ଥିତିର ସମୀକ୍ଷା କରିଥିଲେ । ‘୫ଟି’ ସଚିବଙ୍କ ଚମ୍ପୁଆ ଉପଖଣ୍ଡ ଗସ୍ତକୁ ସଫଳ କରିବା ପାଇଁ ଏ ସମସ୍ତ ଅଧିକାରୀ ସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । 

Comments (0)
Add Comment