୫ରୁ ଖୋର୍ଦ୍ଧା ରୋଡ୍ -ସୁରଟ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡ଼ିକରେ ମାତ୍ରାଧିକ ପ୍ରତିକ୍ଷା ତାଲିକାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି । ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ ୦୮୫୮୫/୦୮୫୮୬ ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ ଠାରୁ ଜୁଲାଇ ମାସ ୫ ତାରିଖ (ସୋମବାର) ରାତ୍ରି ୮ଘ.୩୦ମି.ରେ ଛାଡି ୭ ଜୁଲାଇ (ବୁଧବାର) ଦିନ ଭୋର ୩ଘ.୪୦ମି.ରେ ଉଦନାରେ ପହଂଚିବ । ଫେରିବା ମାର୍ଗରେ ଟ୍ରେନ ଉଦନା ଠାରୁ ୭ ଜୁଲାଇ ଦିନ ସକାଳ ୬ ଘଟିକାରେ ଛାଡି ୮ ଜୁଲାଇ ଦିନ ଅପରାହ୍ନ ୩ଘ.୪୦ମି.ରେ ଖୋର୍ଦ୍ଧା ରୋଡରେ ପହଂଚିବ ।

Comments (0)
Add Comment