୫ ବର୍ଷରେ ୫୦ ହଜାର କାକପୋଇ ଛେଦନ,ଗ୍ରାମାଂଚଳ ବୃକ୍ଷଶୂନ୍ୟ


ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଏବେ କାକପୋଇ ଗଛକୁ ନେଇ ବ୍ୟବସାୟ ଆରମ୍ଭ ହୋଇଛି । ଜଙ୍ଗଲ ବିଭାଗ ୧୯୮୦ ଆଇନ ପ୍ରକାରେ କାକପୋଇ ଗଛ ସମେତ ସୁନ୍ଦରକଣି, ବାଡିବାଉଁଶ, ବୋଲାଙ୍ଗି ବାଉଁଶ, ସାନ ଚାକୁଣ୍ଡା, ଝାଉଁ, ସୁଲିଭିର ଓକା, ନୀଳଗିରି, ଆକାଶିଆ ଓ ସୁବାବୁଲ ଗଛକୁ ମାଗଣା ବିକ୍ରି କରାଯାଇପାରିବାର ସୁଯୋଗ ଉଠାଇଛନ୍ତି ବ୍ୟବସାୟୀ । ଏକଦା ଗଞ୍ଜାମ ଜିଲ୍ଲାରେ ୫୦ ହଜାରରୁ ଅଧିକ ଏହି ପ୍ରକାର ଗଛକୁ ଛେଦନ କରି ଦିଆଯାଇଥିବା ଆକଳନ କରାଯାଇଛି । ଗାଁ ଗାଁରୁ କାଳପୋଇ ଗଛ ଶୂନ୍ୟ ହେଉଥିବା ପରସ୍ଥିତି ଦେଖି ଗ୍ରାମଂଚାଳର କିଛି ବୟୋଜ୍ୟେÂ ବ୍ୟକ୍ତି ପ୍ରମାଦ ଗଣିଲେଣି । ରାଜ୍ୟ ତଥା କେନ୍ଦ୍ର ସରକାର ସ୍ୱଚ୍ଛ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ବୃକ୍ଷଶୂନ୍ୟ ପରିବେଶ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ପ୍ରତି ଘୋର ଅନ୍ତରାୟ ସୃଷ୍ଟି କରିଛି । କାଳପୋଇ ଗଛ ଗ୍ରାମାଂଚଳର ସ୍ୱଚ୍ଛତା ଓ ସ୍ୱଚ୍ଛ ପରିବେଶକୁ ଅଧିକ ସଦୃଢ଼ କରୁଥିଲା । ପ୍ରାୟ ୪୦/୫୦ ବର୍ଷ ତଳେ ଗ୍ରାମାଂଚଳର ଲୋକଙ୍କ ପାଇଁ ଜଳେଣୀ ଗ୍ୟାସ ଘୋର ଅଭାବ ଥିଲା । ଫଳରେ ଲୋକେ କୌଣସି ମତେ ଜଙ୍ଗଲରୁ କାଠ ବୋହି ଆଣି ଜାଳେଣୀ କାଠ ଭାବେ ବ୍ୟବହାର କରୁଥିଲେ । ଜଙ୍ଗଲର ଅବକ୍ଷୟ ରୋକିବା ନିମନ୍ତେ ୧୯୮୦ ମସିହାରେ ରାଜ୍ୟ ଜଙ୍ଗଲ ବିଭାଗ ତରଫରୁ ବ୍ୟାପକ ଭାବେ କାକପୋଇ ଗଛ ରୋପଣ କରି ଏହାର କାଠକୁ ଜଳେଣୀ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । ଫଳରେ ଲୋକେ ନିଜ ନିଜର ଖଳା ଓ କ୍ଷେତରେ ବହୁଳ ପରିମାଣରେ ଏହି ପ୍ରକାର ଗଛ ଲଗାଇ ଏହାର ଡାଳକୁ ହାଣି ଜଳେଣୀ ଭାବ ବ୍ୟବହାର କରୁଥିଲେ । ରାଜ୍ୟ ଜଙ୍ଗଲ ବିଭାଗ ତରଫରୁ ଏହାର କାରବାର ଉପରେ କଟକଣା ଉଠାଇ ଦିଆଯାଇଥିଲା । ଜଙ୍ଗଲ ସଂପଦର ସୁରକ୍ଷା ପାଇଁ ଏହି ଗଛକୁ ମାଗଣା ବ୍ୟବହାର ତଥା ଜଳେଣୀ କାଠ ଓ ଘର ସାମଗ୍ରୀ ତିଆରି ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଏହି ନିୟମ ପ୍ରଣୟନ ହେବାର ଦୀର୍ଘ ୪୦ ବର୍ଷ ପରେ ମଧ୍ୟ ଏହାର ସଂଶୋଧନ ହୋଇ ପାରି ନାହିଁ । ଯଦ୍ୱାରା ଗ୍ରାମାଂଚଳର ଲୋକେ କାକପୋଇ ଗଛର କାଠକୁ ଆଉ ଜଳେଣୀ ଭାବେ ବ୍ୟବହାର କରୁ ନାହାନ୍ତି । ଏବେ ଘରେ ଘରେ ଗ୍ୟାସକୁ ଜାଳେଣି ଭାବେ ବ୍ୟବହାର କରାଯାଉଛି । ଏପରି ଯେ ଜଙ୍ଗଲାଂଚଳର ଲୋକେ ବି ଗ୍ୟାସ ବ୍ୟବହାର କରୁଛନ୍ତି । ଗ୍ରାମାଂଚଳରୁ କାଳପୋଇ ଗଛ ଲୋପ ହେବାକୁ ବସିଲାଣି । ବ୍ୟବସାୟୀମାଦେ ଗାଁ ଗାଁ ବୁଲି ଖଳା ଓ ବାରିରୁ କାଳପୋଇ ଗଛ କିଣି ତାକୁ ସାଇଜ କରି ବ୍ରହ୍ମପୁର ଓ ରାଜ୍ୟର ବିଭିନ୍ନ ସହରକୁ ଚାଲାଣ କରୁଛନ୍ତି । ଦୈନିକ ଟ୍ରକ ଟ୍ରକ କାଳପୋଇ ଗଛ ରାଜରାସ୍ତାରେ ଚାଲାଣ ହେଉଛି । ଏହା ଫ୍ରି ସେଲ ହୋଇଥିବାରୁ ଅବାଧରେ ଚାଲାଣ ହେଉଛି । ୩୦ୁ ୫୦ ବର୍ଷର ପୁରୁଣା ଗଛର ମୂଳୋପôାଟନ ଯୋଗୁ ଏବେ ପରିବେଶ ପ୍ରତି ଘୋର ବିପଦ ସୃଷ୍ଟି କରିଛି । ଚଳିତ ବର୍ଷର ମହାମାରୀ କରୋନା ପରିସ୍ଥିତି ନେଇ ଯୋଗୁ ଗ୍ରମାଂଚଳର ଲୋକଙ୍କ ପାଖରେ ଅର୍ଥର ଘୋର ଅଭାବ ରହିଥିଲା । ଏହାର ସୁଯୋଗ ନେଇ କାଠ ବ୍ୟବସାୟୀମାନେ ବେଶ୍ ଚତୁରତାର ସହ ଏହି ବ୍ୟବସାୟକୁ ଜୋରଦାର ଚଳାଇଛନ୍ତି । ଗ୍ରାମାଂଚଳ ଏବେ ବୃକ୍ଷ ଶୂନ୍ୟ ହେବାକୁ ବସିଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Comments (0)
Add Comment