୬ କୁଳପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ଭୁବନେଶ୍ୱର ଏକ ତାରକା ହୋଟେଲରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀକୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୧ଟି ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମେତ ଦୁଇଟି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିମନ୍ତ୍ରିତ କରାଯାଇଛି । ସନ୍ଧ୍ୟା ପ୍ରାୟ ୭ଟାରେ ହେବାକୁ ଥିବା ସମ୍ମିଳନୀରେ ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରାଯିବ । ଏଥିସହ ଉଚ୍ଚଶିକ୍ଷା ସହ ଜଡିତ ଆଉ କିଛି ବିଷୟ ଉପରେ ମଧ୍ୟ ଆଲୋାଚନା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି । ସମ୍ମିଳନୀରେ ମୋଟ ୪୦ ଜଣ ଯୋଗଦେବେ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ କୁଳପତିମାନଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଟିଫିନ୍ ଚା’ ସହ ରାତ୍ରିଭୋଜନ ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ଆଜି ବିଏମ୍ସି କମିସନରକଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ତେବେ ବିଶେସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୩୦ ସୁଦ୍ଧା ରାଜ୍ୟର ୬ ସରକାର ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବା ତିନିଥର କାର୍ଯ୍ୟକାଳ ବୃଦ୍ଧି ପରେ ଶେଷରେ ସେମାନେ ଆସନ୍ତା ୩୦ ତାରିଖ ଭିତରେ ବିଦାୟ ନେବାର ସମ୍ଭାବନା ରହିଛି । ନୂତନ କୁଳପତି ଚୟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚି ଥିବାରୁ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି । ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ସମୟ ଓଡ଼ିଶାର ଉଚ୍ଚଶିକ୍ଷାକୁ କିଭଳି ଆଗକୁ ନେଇ ହେବ, ସେନେଇ ବିଦାୟ କୁଳପତିମାନେ କିଛି ମତ ରଖିବେ । ଏଥିସହ କୁଳପତି ଭାବେ କାର୍ଯ୍ୟ କରିବା ସମୟରେ ସେମାନଙ୍କ ଅନୁଭୂତି କିଭଳି ରହିଥିଲା, ସେନେଇ କହିବେ । ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ଉତର ଓଡ଼ିଶା, ଫକୀର ମୋହନ, ଖଲ୍ଲିକୋଟ, ଗଙ୍ଗାଧର ମେହେର ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହୋଇଗଲାଣି । ତେବେ ନୂତନ କୁଳପତି ଚୟନ ହୋଇପାରୁ ନଥିବାରୁ ଏମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।

Comments (0)
Add Comment