ୱବେ ସତସଙ୍ଗ ଅନୁଷ୍ଠିତ


ଭୁବନେଶ୍ୱର- ଆଜି ଦିନ ୧୧.୩୦ ମିନିଟରେ ଭୁବନେଶ୍ୱର ସତସଙ୍ଗ ବିହାର ଠାରେ ଏକ ୱବେ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ୱବେ ସତସଙ୍ଗରେ ଜତିନ ମୋହନ ବଷୁଙ୍କର ୧୭ତମ ଶ୍ରାଦ୍ଧ ଦିବସ ପରିପେକ୍ଷିରେ ସତସଙ୍ଗ ନିବେଦନ କରାଯାଇଥିଲା । ଏହି ସତଙ୍ଗରେ ମୁଖ୍ୟ ବର୍ତା ଭାବେ ସହ ପ୍ରତିରିତିକି ବମ୍ବେର କୃପାନିଧି ବିଶ୍ୱାଳ ଯୋଗ ଦେଇ ଠାକୁରଙ୍କ ଭାବ ଧାରାରେ କିଭଳି ଜତିନ ବେଷ ନିଜକୁ ପରିଚାଳିତ କରୁଥିଲେ ଏବଂ ବିଭିନ୍ନ ସତସଙ୍ଗବିହାର ଗ୍ରସ୍ତ କରି ଲୋକମାନଙ୍କୁ ଠାକୁରଙ୍କ ଦିବ୍ୟ ବାଣୀ ଉପରେ ଆଲୋଚନା ରଖିଥିଲେ ତାହା ବର୍ଣ୍ଣନା କରୁଥିଲେ । ଯଦିଓ ସେ ଓଡିଶାରେ ଜନ୍ମ ନେଇଥିଲେ କିନ୍ତୁ ସେ ଦେଓଘର ଆଶ୍ରମରେ ରହୁଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଠାକୁରଙ୍କ ଠାରୁ ଆରମ୍ଭ କରି ବଡଦା, ଦାଦା,ବାବାଇଦା, ଅଭିନଦାଙ୍କ ସହିତ ସଙ୍ଗଲାଭ କରିଥିଲେ । ଏଥିରେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ନୃଷିଂହଚରଣ ତ୍ରିପାଠୀ, ଜତିନ ବୋଷ ଭୁବନେଶ୍ୱର ସତସଙ୍ଗ ବିହାରକୁ ବାରମ୍ବର ଆସି କର୍ମୀ ମାନଙ୍କୁ ଉତ୍ସାହିତ କରୁଥିଲେ । ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ସତସଙ୍ଗକୁ ଅଭୟ ଭାଇ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ପ୍ରବେଶ ଓ ଜିଲ୍ଲାମାନଙ୍କରୁ ବହୁ ମାନ୍ୟଗନ୍ୟ ସହପ୍ରତିରିତିକି ଯୋଗ ଦେଇଥିଲେ । ପ୍ରତାପ ଦାସ, ଗୋପୀନାଥ ତ୍ରିପାଠୀ, ରାଧାଶ୍ୟାମ ମିଶ୍ର, ପ୍ରଫୁଲ୍ଲ କୁମାର ମହାନ୍ତି, ଶ୍ରୀଧର ସୁନ୍ଦର ମିଶ୍ର, ଉମାକାନ୍ତ ସାହୁ, ହରିହର ପଣ୍ଡା ପ୍ରଭୃତି ଏହି ୱବେ ସତସଙ୍ଗରେ ଯୋଗ ଦେଇଥିଲେ ।

Comments (0)
Add Comment