ଲକଡାଉନ ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ- ଲକଡାଉନ ଅବଦ୍ଧି ବଢିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ମେ ୩୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେବାକୁ ଥିବା ବେଳେ ପୁଣି ଥିରେ ଏହାକୁ ବଳବତର କରିବା ପାଇଁ ଆସନ୍ତାକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ।ଲକଡାଉନ ବଢାଇବା ସପକ୍ଷରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ପ୍ରଥମ ଥର ପାଇଁ ତାଲାବନ୍ଦ ସପକ୍ଷରେ ଆଲୋଚନା କରିଛନ୍ତି ଅମିତ୍ ଶାହା ।ତେବେ ମେ ୩୧ ପରେ କଣ ହେବ ସେ ନେଇ ସସପେନ୍ସ ଜାରି ରହିଛି । ଲକଡାଉନ୍ ୫.୦ନେଇ ରବିବାର ମନ କି ବାତ୍ରେ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ।

Comments (0)
Add Comment