ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ବିଶ୍ୱରେ କରୋନା ମହାମାରୀ ଦେଖା ଦେଇଥିବାରୁ ବର୍ତମାନ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ଅଭାବକୁ ଦୂର କରିବା ପାଇଁ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ଓ କମିଶନରେଟ ପୋଲିସ୍ର ମିଳିତ ସହଯୋଗରେ ଥାଲାସେମିଆ ରୋଗୀଙ୍କ ସହାୟତା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ମାନ୍ୟବର ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କର ଫିଲୋସଫିରେ ‘ଆର୍ଟ ଅଫ ଗିଭିଙ୍ଗ’ ମାଧ୍ୟମରେ ପଟିଆ ବିଗ୍ ବଜାର ନିକଟସ୍ଥ ତ୍ରିଷ୍ଣା ମଣ୍ଡପଠାରେ ଏକଦିବସୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର-ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ କମିଶନରେଟ ପୋଲିସ୍ର ଏ.ସି.ପି. ଲଳିତେନ୍ଦୁ ମହାନ୍ତି, ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ସନ୍ତୋଷ କୁମାର ମହାନ୍ତି, ସମାଜସେବୀ ପ୍ରକାଶ ରଥ, ମୀରା ପରିଡ଼ା, ସାଧନା ମିଶ୍ର, ପ୍ରକାଶ ତି୍ରପାଠୀ, ଶାନ୍ତନୁ ଶତପଥୀ, ସୁକେଶ ମହାନ୍ତି ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସର୍ବମୋଟ ୩୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଟ୍ରଷ୍ଟର ସମ୍ପାଦକ ଦିଲ୍ଲୀପ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ରକ୍ତଦାତାମାନଙ୍କୁ ସାନିଟାଇଜ୍ କରିଥିଲେ ।

Comments (0)
Add Comment