ମେ ୨୦ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଉପକୂଳ ଅତିକ୍ରମ କରିବ ଅମ୍ପାନ

ଭୁବନେଶ୍ୱର- ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ଅମ୍ପାନ ଆଜି ଭୋର ସମୟରେ ଭିଷଣ ରୂପ ଧାରଣ କରିଛି । ଆସନ୍ତା ୨୦ ଅପରାହ୍ନ କିମ୍ବା ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦିଘା ଓ ବଙ୍ଗାଲାଦେଶର ହାତିଆ ଦ୍ୱୀପ ଦେଇ ଅତିକ୍ରମ କରିବ ଅମ୍ପାନ । ସେତେବେଳେ ପବନର ବେଗ ୧୫୫-୧୬୫ କିଲୋମିଟର ରହିବ । ଓଡିଶା ଉପକୂଳ ଛୁଇଁବା ବେଳେ ପବନର ବେଗ ଘଂଟା ପ୍ରତି ୧୧୦-୧୩୫ କିଲୋମିଟର ପର୍ଯ୍ୟନ୍ତ ରହିବ ବୋଲି ସୂଚନା ଦେଇଛନ୍ତି ଆଉଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ।

Comments (0)
Add Comment