ମେ ୨୧ରୁ ମାଟ୍ରିକ ଖାତା ମୂଲ୍ୟାୟନ

ଭୁବନେଶ୍ୱର- ଘୁଂଚିଲା ମାଟ୍ରିକ ଖାତା ମୂଲ୍ୟାୟନ ତାରିଖ । ମେ ୨୦ ପରିବର୍ତେ ୨୧ ରୁ ଖାତା ଦେଖା ପକ୍ରିୟା ଆରମ୍ଭ ହେବ । ସାମ୍ଭବ୍ୟ ବାତ୍ୟା ଆମ୍ଫନକୁ ଦୃଷ୍ଟିରେ ରଖି ଲୋକାସବା ଭବନରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ନିଷ୍ପତି ନେଇଛନ୍ତି । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଅବଶିଷ୍ଟ ୨୩ଟି ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ଭିତରେ ଅନୁଷ୍ଠିତ ହେବ । ସେହିପରି ଯୁକ୍ତ ୨ର ଶେଷ ହୋଇଥିବା ପରୀକ୍ଷା ଖାତା ଜୁନ ୧ରୁ ଆରମ୍ଭ ହେବ ।

Comments (0)
Add Comment