୧୩୪୨.୨ କୋଟି ଟଙ୍କାରେ ନିର୍ମିତ ହୋଇଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ୱର ମେଂଚଶ୍ୱରରେ ଏକ ବିଶ୍ୱସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ ବିଶ୍ୱ ଦକ୍ଷତା କେନ୍ଦ୍ର (ୱାର୍ଲଡ଼ ସ୍କିଲ ସେଂଟର) ର ଉଦ୍ଘାଟନ କରିଛନ୍ତି ।
ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲଡ଼ ସ୍କିଲ ଋଷିଆ ଏବଂ ଗ୍ଲୋବାଲ ଇନିଷ୍ଟିଚୁ୍ୟଟ୍ ଫର ଟ୍ରାନ୍ସଫର ସ୍କିଲ ଦକ୍ଷିଣ କୋରିଆ ମଡେ଼ ଅନୁଯାୟୀ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସ୍କିଲ୍ ଡେଭେଲପମେଂଟ ପ୍ରୋଜେକ୍ଟ ଅଧିନରେ ନିର୍ମିତ ୱାର୍ଲଡ଼ ସ୍କିଲ୍ ସେଂଟରକୁ ଏସୀୟ ବିକାଶ ବ୍ୟାଙ୍କ ସହଯୋଗ କରିଥିବା ବେଳେ ଆଇଟିଇ ଏଜୁକେସନ ସର୍ଭିସେସ୍ ସିଙ୍ଗାପୁର ଏହାର ନଲେଜ ପାର୍ଟନର ରହିଛନ୍ତି । ୧୩୪୨.୨ କୋଟି ଟଙ୍କାର ବଜେଟ୍ ରେ ଏହି ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହା ଆଇଟିଆଇ ଓ ପଲିଟେକ୍ନିକ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ ଭାବରେ ପରିଗଣିତ ହେବ ଏବଂ ଶିକ୍ଷକମାନଙ୍କ ପାଇଁ ଦକ୍ଷତା ବୃଦ୍ଧି ଲାଗି ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଏଠାରେ ପ୍ରଥମକରି ରେଫ୍ରିଜରେଜେସନ୍ ଆଣ୍ଡ ଏୟାର କଣ୍ଡିସନର, ମେକାନିକାଲ ଓ ଇଲେକ୍ଟ୍ରିକାଲ ସର୍ଭିସେସ୍ , ଭର୍ଟିକାଲ , ଟ୍ରାନ୍ସପୋର୍ଟ , ପ୍ରେସିସନ୍ ଇଂଜିନିୟରିଂ, ମେକୋଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସମେତ ଫେସନ ଡିଜାଇନ୍ , ସୌନ୍ଦର୍ଯ୍ୟ ଏବଂ ସୁସ୍ଥତା ଭଳି ପାଠ୍ୟକ୍ରମ ଆରମ୍ଭ ହେବ । ଦକ୍ଷତା ଇକୋସିଷ୍ଟମକୁ ପରିବର୍ତିତ କରିବାପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ହବ୍ ଏବଂ ସ୍ପୋକ୍ ମଡେଲ ଅଧୀନରେ ଥିବା ସମସ୍ତ ସରକାରୀ ଆଇଟିଆଇ ପାଇଁ ହବ୍ ଭାବରେ କାର୍ଯ୍ୟ କରିବାକୁ ଯୋଉଛି ।ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ଓଡିଶାର ଯୁବକଯୁବତୀମାନଙ୍କୁ ପ୍ରସ୍ତୁତ କରିବାପାଇଁ ଏହା ଏକ ନୋଡାଲ ଏଜେନ୍ସି ହେବ । ସମୁଦାୟ ପ୍ର୍ର୍ର୍ର୍ର୍ର୍ର୍ର୍ର୍ର୍ରକଳ୍ପର ମୂଲ୍ୟ ୧୯୩ ମିଲିୟନ ଡଲାର ଧାର୍ଯ୍ୟ ହୋଇଥିବା ବେଳେ ଓଡିଶା ସରକାର ୧୦୮ ମିଲିୟନ୍ ଡଲାର ଓ ଏସିଆନ୍ ଡେଭଲେପମେଂଟ ବ୍ୟାଙ୍କ ୮୫ ମିଲିୟନ୍ ଡଲାର ପୁଂଜିନିବେଶ କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ୧,୫୧,୦୦୦ ଯୁବକଙ୍କୁ ତାଲିମ ଦିଆଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ପାଂଚ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇଛି । ଆମର ଯୁବଗୋÂୀ ମାନଙ୍କ ପାଇଁ ଯେ କୌଣସି ସ୍ଥାନର ସେମାନଙ୍କ ପ୍ରତିଯୋଗୀମାନଙକ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ଆମେ ନୂତନ ଉପାୟ ସୃଷ୍ଟି କରିଛୁ । ଆମର ଉଦେ୍ଧଶ୍ୟ ହେଉଛି ସେମାନଙ୍କର ଆକାଂକ୍ଷା ପୂରଣ କରିବା, ସେମାନଙ୍କୁ ସର୍ବ ଭାରତୀୟ ସ୍ତରରେ ନିଯୁକ୍ତି ଦେବା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଯୁବପିଢ଼ୀଙ୍କ ନିମନ୍ତେ ଭିତିଭୂମି ଏବଂ ଭବିଷ୍ୟତ ପ୍ରସ୍ତୁତ କରିବା ପାଇଁ ଯାନ୍ତ୍ରୀକ କୌଶଳ ସୃଷ୍ଟି କରି ଜୋରଦାର ବିନିଯୋଗ କରିବା ଉଚିତ୍ । ୱାର୍ଲଡ଼ ସ୍କିଲ୍ ସେଂଟର ଆମର ଯୁବକ ମାନଙ୍କୁ ଆଗୁଆ ଦକ୍ଷତା ତାଲିମ୍ ପ୍ରଦାନ କରି ଏହି ପ୍ରୟାସକୁ ଯଥେଷ୍ଟ ସୁଦୃଢ଼ କରିବ ଏବଂ ସେମାନଙ୍କୁ ବିଶ୍ୱସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ମୁଖ୍ୟ ଶାସନ ସଚିବ, ଏସ ସି ମହାପାତ୍ର, ଡି.ଜି., ଏସୀୟ ବିକାଶ ବ୍ୟାଙ୍କ, କେନିଚି ୟୋକୋୟାମା, ସିଇଓ ଆଇଟିଇଇଏସ୍, ବ୍ରୁସ ଯୋହ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଂଜୟ କୁମାର ସିଂଙ୍କ ସମେତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିÂ ଅଧିକାରୀ ଏବଂ ଶିଳ୍ପଦ୍ୟୋଗୀମାନେ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବାଗ୍ଚୀ କୁଶଳୀ-ଓଡ଼ିଶା ର ୫ ବର୍ଷର ସଫଳତା ଏବଂ ପ୍ରତ୍ୟେକ ଗ୍ରାମରେ ପହଂଚି ପରବର୍ତୀ ସ୍ତରକୁ ଦକ୍ଷତା ବିକାଶ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଆମର ଯୁବକମାନଙ୍କୁ ବିଶବ୍ୟାପୀ ନିଯୁକ୍ତି ଦେବାପାଇଁ ଦକ୍ଷତା ବିକାଶ ପାଇଁ ଉତମ ସୁଯୋଗ ଯୋଗାଇବା ଏବଂ ସାମଗ୍ରିକ ବିକାଶରୁ ଆବଶ୍ୟକତା ଉପରେ ସେ ଗୁୁରୁତ୍ୱାରୋପ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ରାଜ୍ର ସ୍କିଲ୍ ଭିଜନ ୨୦୩୦ ସୃଷ୍ଟି କରିବ ଏବଂ ଏହା ଜୀବନର ପ୍ରତ୍ୟେକ ଦିଗକୁ ଅନ୍ତର୍ଭୁକ୍ତ କରିବ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଡି.ଜି. ଏସିଆନ୍ ଡେଭେଲପମେଂଟ ବ୍ରାଙ୍କ କେନିଚି ୟୋକୋୟାମା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଇଟିଇଇଏସ୍ ବ୍ରୁସ ଯୋହ ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରି ବିଶ୍ୱ ଦକ୍ଷତା କେନ୍ଦ୍ରର ଉଦ୍ଘାଟନ ଅବସରରେ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ । ସଂଜୟ କୁମାର ସିଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଓଡ଼ିଶାର ସ୍କିଲ ଇକୋସିଷ୍ଟମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଭୂମିକା ଉପରେ ଆଲୋକପତା କରିଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ର ଓଡ଼ିଶାରେ କୌଶଳ ଇକୋସିଷ୍ଟମକୁ ମଜବୁତ କରିବ ଏବଂ ବିଶ୍ୱ ମାନକ ସହିତ ସେମାନଙ୍କର ଦକ୍ଷତାକୁ ମାର୍ଜିତ କରିବାକୁ ଯୁବକଯୁବତୀମାନଙ୍କୁ ସୁଯୋଗ ପ୍ରଦାନ କରିବ । ସେ କହିଛନ୍ତି ଯେ, ବିଶ୍ୱ ଦକ୍ଷତା କେନ୍ଦ୍ର ସେମାନଙ୍କ ନିଯୁକ୍ତି ଆବଶ୍ୟକତା ପାଇଁ ଶିଳ୍ପ ଭାଗିଦାରୀ ଏବଂ ଓଡ଼ିଶାର ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ କାର୍ଯ୍ୟ କରିବ ।

Comments (0)
Add Comment