ଆଇନଜୀବୀଙ୍କୁ ସହାୟତା ମିଳୁ

କଟକ: କରୋନା ମହାମାରୀ ପାଇଁ ଅନେକ ଆଇନଜୀବୀ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଆଇନଜୀବୀଙ୍କ ପାଇଁ କୈାଣସି ଆର୍ଥିକ ସହାୟତା ମିଳୁନାହିଁ । ତେଣୁ ପ୍ରତ୍ୟେକ ଆଇନଜୀବୀ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ନିମନ୍ତେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କ୍ରିମିନାଲ କୋର୍ଟସ ବାର୍ ଆସୋସିଏସନର ପୂର୍ବତନ ସଭାପତି ଆଇନଜୀବୀ ଅକ୍ଷୟ କୁମାର ପତି ଏହି ମାମଲା ରୁଜୁ କରିଛନ୍ତି । ଆବେଦନକାରୀ ମାମଲାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

Comments (0)
Add Comment