ଇଲେକଟ୍ରେନିକ୍ସ ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି

ନୂଆଦିଲ୍ଲୀ-ଦେଶରେ ଇଲେକଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ଓ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ୫୦ ହଜାର କୋଟି ଟଙ୍କାର ୩ ଟି ବଡ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଭାରତରେ ଉତ୍ପାଦିତ ଇଲେକଟ୍ରୋନିକ୍ସ ସାମଗ୍ରୀ ବିକ୍ରୀ ଉପରୁ ୪ରୁ ୬ ପ୍ରତିଶତ ଯାଏଁ ପ୍ରୋତ୍ସାହନ ଦିଆଯିବା ବ୍ୟବସ୍ଥା ରହିଛି । କମ୍ପୋନେଂଟ ମାନୁଫାକଚରିଂ ସ୍କିମରେ ନିର୍ଦ୍ଧାରିତ ଇଲେକଟ୍ରୋନିକ ସାମଗ୍ରୀ ଉତ୍ପାଦିତ ର ମୂଳ ପୁଞ୍ଜି ଉପରେ ୨୫ ପ୍ରତିଶତ ଇନସେଂଟିଭ ମିଳିବାର ବ୍ୟବସ୍ଥା କରାଯାଇଛି । ସେହିପରି ବିଶ୍ୱସ୍ତରୀୟ ଭିତିଭୂମି ସୃଷ୍ଟି କରିବା ଉଦେ୍ଧ୍ୟଶରେ ମୋଡିଫାଏଡ ଇଲେକଟ୍ରୋନିକ ମାନୁଫାକଚରିଂ କ୍ଳଷ୍ଟର ସ୍କିମ ଘୋଷଣା କରିଛନ୍ତି କେନ୍ଦ୍ର ଇଲେକଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏହି ସ୍କିମ ଜରିଆରେ କେନ୍ଦ୍ର ସରକାର ମୋବାଇଲ ଫୋନ ପାର୍ଟସ ଏବଂ ଅନ୍ୟ ଆନୁଷାଙ୍ଗିକ ସାମଗ୍ରୀର ବ୍ୟବସାୟ ୨୦୨୫ ସୁଦ୍ଧା ୧୦ ଲକ୍ଷ କୋଟିରେ ପହଂଚାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Comments (0)
Add Comment