ବରଗଡ- ଶୁକ୍ରବାର ଦିନ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହି ଜିଲ୍ଲାକୁ ତିିନି ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ । ଅଗଷ୍ଟ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ସଟଡାଉନ ବଳବତର ରହିବ । ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ପନିପରିବା ଓ ଫଳ ଦୋକାନ ସକାଳ ୬ରୁ ୯ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ବ୍ୟତିତ ସାର ବିହନ, ସାର ଓ କୃଷିଜାତ ସମାଗ୍ରୀ ଦିନ ଗୋଟିଏ ପର୍ଯ୍ୟନ୍ତ ଖୋଲା ରହିବ । ବରଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୨ରେ ପଂହଚିଥିବା ବେଳେ ୩୩୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ୭୭ ସକ୍ରିୟ ମାମଲା ରହିଛନ୍ତି । ଜଣଙ୍କର ମୃତ୍ୟୁହୋଇଛି ।