ବିଦ୍ୟୁତ ବିଲ୍ କୋହଳ

ଭୁବନେଶ୍ୱର- ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ମେ ମାସର ବିଦ୍ୟୁତ ବିଲରେ ଅଧିକ ଚାର୍ଜ ଲାଗିବ ନାହିଁ । ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ ଦେୟ ଦେଇଛନ୍ତି ମେ ମାସରେ ମଧ୍ୟ ପୁରୁଣା ବିଲ ହିସାବରେ ଅନଲାଇନରେ ପୈଠ କରିବାକୁ ସେସୁ ପକ୍ଷରୁ ସୂଚନା ଦିଆଯାଇଛି । ଅନଲାଇନରେ ଡିପୋଜିଟ କଲେ ୪ ପ୍ରତିଶତ ରିହାତି ମିଳିବ । ଲକଡାଉନ ପାଇଁ ସେସୁର କର୍ମଚାରୀ ମାନେ ଘରକୁ ଯାଇ ମିଟିର ରିଡିଂ କରି ପାରି ନଥିବାରୁ ଏହି ନିଷ୍ପତି ନିଆଯାଇଛି । ମେ ସାସ ମିଡିର ରିଡିଙ୍ଗ ନେଇ ଯଦି ଉପଭୋକ୍ତାଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ହୁଏ, ତେବେ ୧୯୧୨ହେଲପ ଲାଇନ ନମ୍ବରରେ ଅଭିଯୋଗ କରିପାରିବେ ।

Comments (0)
Add Comment