୫ ରେଲୱ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଜିଆରପି

ଭୁବନେଶ୍ୱର- କଳିଙ୍ଗ ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାକୁ କେନ୍ଦ୍ର କରି ୫ ରେଲୱେ କର୍ମଚାରୀଙ୍କ ନାଁରେ ମୁଜାଫରପୁର କୋର୍ଟରେ ମାମାଲା ରୁଜୁ କରିଛି ରେଳବାଇ ପୋଲିସ । ବରିଷ୍ଠ ଟ୍କେନିସିଆନ ଇନ୍ଦ୍ରଜିତ ସିଂ, କନିଷ୍ଠ ଟେକନିସିଆନ ପ୍ରଦିପ କୁମାର, ବିଭାଗ ମୁଖ୍ୟ ପ୍ରକାଶ ଚନ୍ଦ୍ର, ବିଭାଗ କନଟ୍ରୋଲର ପି.ଭି ତନେଜା ଓ ଜିତେନ୍ଦ୍ରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୦୪ଇ, ୧୪୭, ୩୩୭, ୩୩୮, ୪୨୭ ଓ ୨୨୭୯ ଅନୁଯାୟୀ ଦଣ୍ଡ ବିଧାନ କରିବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଟ୍ରେନ କେଉଁ କାରଣ ପାଇଁ ଦୁର୍ଘଟଣା ଗ୍ରସ୍ତ ହୋଇଛି ତାହାର ଶିଘ୍ର ତଦନ୍ତ କରିବା ପାଇଁ ଜିଆରପି ଟେପୁଡି ସୁପରିଟେଣଂଟ ରମେଶ ଚନ୍ଦ୍ର କହିଛନ୍ତି । ସୂଚନା ଅନୁଯାୟୀ ୨୦୧୭ ମସିହା ଅଗଷ୍ଟ ୧୯ ତାରିଖରେ ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉକ୍ରଳ ଏକ୍ସପ୍ରେସ ମୁଜାଫରପୁର ଠାରେ ଲାଇନ ଚ୍ୟୁତ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସେମାନଙ୍କ ମଧ୍ୟରୁ ୨୩ ଜଣ ମୃତ୍ୟୁ ବରଣ କରିଥିବା ବେେଳେ ୧୦୦ ଆହାତ ଯାତ୍ରୀଙ୍କୁ ମୁଜାଫର ନଗର ହସ୍ପିଟାଲରେ ଭର୍ତି କରାଯାଇଥିଲା । ମୃତ ବ୍ୟକ୍ତଙ୍କ ପାଇଁ ୫୦,୦୦୦ , ଆହାତଙ୍କ ପାଇଁ ୨୫,୦୦ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ।

Comments (0)
Add Comment