ଭଦ୍ରକ: ଚୋରା ଚାଲଣ ବେଳେ ନକଲି ଜର୍ଦ୍ଧା ଯବତ କରିଛି ଭଦ୍ରକ ପୁଲିସ । ଚୋରା ବେପାରି ବେଆଇନ୍ ଭାବେ ଏହି ନକଲି ଜର୍ଦ୍ଧା ଚନ୍ଦନବଜାର ଅଂଚଳର ଦୋକାନୀଙ୍କୁ ଦେଉଥିବା ଖବର ପୁଲିସ ପାଇଥିଲା । ଚଢାଇ ବେଳେ ଚୋରାବେପାରୀ ଘଟଣାସ୍ଥଳରୁ ଗାଡି ସହ ଖସିଯିବା ହେତୁ ପୁଲିସ ନକଲି ଜର୍ଦ୍ଧା ସହ ଦୋକାନୀଙ୍କୁ ଉଠାଇ ଆଣିଛି । ଅନ୍ୟ ଏକ ଅଟୋରେ ନକଲି ଜର୍ଦ୍ଧା ଯାଉଥିବା ଖବର ପାଇ ପୁଲିସ ହଳଦିଡିହ ନିକଟରେ ଅଟୋକୁ ଅଟକାଇଥିଲା । ବିପୁଳ ପରିମାଣର ଜର୍ଦ୍ଧା ଜବତ ହେବା ସହ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ପୁଲିସ ଗାଡିକୁ ଜବତ କରିବା ସହ ଏକ ଅଭିଯୁକ୍ତଙ୍କୁ ଗିରଫ କରିଛି ।