ଖୋର୍ଦ୍ଧା- ଖୋର୍ଦ୍ଧା ଜିଲ୍ଲା ଦଲେଇପୁଟ ଗାଁରେ ପୁଣି ଥରେ ବୋମାମାଡ ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଥିରେ ବୋମାମାଡ କରିଥିଲେ । ଏହାର ଦୃଶ୍ୟ ସିସିଟିଭରେ କଏଦ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଛି ବୋଲି କୁହାଯାଉଛି । କିନ୍ତୁ ବାରମ୍ବର ହୃଦାନନ୍ଦଙ୍କ ଘରକୁ ବୋମାମାଡ ଗାଁ ଲୋକଙ୍କୁ ଆତଙ୍କିତ କରିଦେଇଛି । ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଚଳାଇଛି । ପୂର୍ବରୁ ଅଗଷ୍ଟ ୧୧ ତାରିଖରେ ହୃଦନାନ୍ଦଙ୍କ ଘର ଉପରକୁ ବୋମାମାଡ ହୋଇଥିଲା । ତେବେ କଣ ପାଇଁ ବାରମ୍ବର ହୃଦାନନ୍ଦଙ୍କ ଘର ଉପରକୁ ବୋମାମାଡ ହେଉଛି ତାହା ଅସ୍ପଷ୍ଟ ରହିଛି ।