ବିଏସଏଫ ଏଡିଜିଙ୍କ ମାଓ ରଣନୀତି ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ ମାଓ ଅଧୁ୍ୟଷିତ ଅଂଚଳରେ ଆଗକୁ ରଣନୀତି କିଭଳି ରହିବ ସେନେଇ ମଙ୍ଗବାର ପୁଲିସ ମହାନିଦେ୍ର୍ଧଶକ ଏବଂ ବିଏସଏଫ୍ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।ସମ୍ପ୍ରତି କୋଭିଡ-୧୯ ପରିପ୍ରେକ୍ଷିରେ ରାଜ୍ୟରେ ମୁତୟନ ହୋଇଥିବା ବିଏସଏଫ ଯବାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ମୁତୟନ ହୋଇଥିବା ବିଏସଏଫ୍ ଯବାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ବିଏସଏଫ୍ ଅତିରିକ୍ତ ମହାନିଦେ୍ର୍ଧଶକ ଏସ୍ ଏଲ୍ ଥାଉସେନ୍ ଏବଂ ଆଇଜି(ସ୍ୱତନ୍ତ୍ର ଅପରେସନ୍) ହରବିନ୍ଦର ପାଲ୍ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିଏସ୍ଏଫ୍ ଦୁଇ ବରିÂ ଅଧିକାରୀ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଅଭଙ୍କ ସହିତ ଆଗକୁ ମାଓବାଦୀଙ୍କୁ ମୁକାବିଲା କରିବା ପାଇଁ ରରନୀତି କିଭଳି ରହିବ ସେ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି । ରାଜ୍ୟରେ ବର୍ତମାନ ମାଓ ପ୍ରଭାବିତ ୧୦ଜିଲ୍ଲାରେ ବିଏସ୍ଏଫ୍ର ୪୮ କମ୍ପାନୀ ମୁତୟନ ହୋଇଛନ୍ତି । କ୍ରମଶଃ ରାଜ୍ୟରେ ମାଓ ପ୍ରଭାବିତ ଜିଲ୍ଲା ହ୍ରାସ ପାଉଥିବାରୁ ଅଧିକ କେନ୍ଦ୍ରୀୟ ଅର୍ଧସାମରିକ ବାହିନୀର ଆବଶ୍ୟକତା ନଥିବା ଜଣେ ବିରିÂ ପୁଲିସ ଅଧିକାରୀ କହିଛନ୍ତି । ତଥାପି ଆଗକୁ ଓଡ଼ିଶା ପୁଲିସ-ବିଏସ୍ଏଫ୍ ଓ ସ୍ଥାନୀୟ ପୁଲିସ ମଧ୍ୟରେ ମାଓ ମୁକାବିଲା ନେଇ ପ୍ରସ୍ତୁତ ରଣନୀତିରେ ସମନ୍ୱୟ ରହିବ ସେହିଦିଗରେ ଆଳୋଚନା କରାଯାଇଥିଲା । ସେହିପରି ଯେଉଁ ବିଏସଏଫ୍ ଯବାନମାନେ ଛୁଟିରେ ଯାଉଛନ୍ତି ସେମାନେ ଫେରିବା ପରେ ସେମାନଙ୍କୁ କ୍ୱାରେଂଟାଇନ୍ ସେଂଟର ଯୋଗାଇ ଦେବାକୁ ବିଏସ୍ଏଫ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ବିଏସଏଫ୍କୁ କ୍ୱାରେଂଟାଇନ୍ ସେଂଟର ଯୋଗାଇ ଦିଆଯାଇଛି । ତେବେ ସ୍ଥାର୍ନୀୟ ଡିଜିଙ୍କ କ୍ୟାମ୍ପ ଅଫିସରେ ଅନୁÂିତ ଏହି ବୈଠକରେ ଗୁଇନ୍ଦା ମହାନିର୍ଦେଶକ ରାଧାକୃଷ୍ଣ ଶର୍ମା, ଆଇଜି(ଅପରେସନ୍୦ ଅମିତାଭ ଠାକୁର( ସ୍ୱତନ୍ତ୍ର ଗୁଇନ୍ଦା ଶଖା) ଅନିରୁଦ୍ଧ ସିଂହ ଏବଂ ବିଏସଏଫ୍ର ଡିଆଇଜି ସୁକୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment