ରାଜଧାନୀରେ ଗଣ ସଂକ୍ରମଣ ଆଶଙ୍କା

ଭୁବନେଶ୍ଵର:   ସଙ୍ଗରୋଧରେ ଥିବା ଅମାନିଆଙ୍କ ପାଇଁ ଏବେ ସନ୍ଧିକ୍ଷଣରେ ପହଞ୍ଚିଛି ରାଜଧାନୀ ଭୁବନେଶ୍ଵର । କିଛି ସ୍ଥାନରେ ସଙ୍ଗରୋଧରେ ଥିବା ଲୋକଙ୍କ ସହ ସ୍ଥାନୀୟ ଲୋକ ସଂକ୍ରମଣର ଶିକାର ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଛି । ଅମାନିଆ ସଙ୍ଗରୋଧୀମାନଙ୍କର ଅବିବେକୀପଣିଆ ଯୋଗୁଁ ସ୍ଥାନୀୟ ସଂକ୍ରମଣ ଆଡ଼କୁ ଗତି କରୁଛି ଭୁବନେଶ୍ଵର ।

ଜୀବନଜୀବିକା ବଞ୍ଚାଇବାକୁ ସାହାରା କରିଥିବା ଲୋକଙ୍କ ପାଇଁ ସରକାର ଦେଖାଇଥିବା ସହାନୁଭୂତିର ମନ୍ଦ ବ୍ୟବହାର ଦେଖିବାକୁ ମିଳୁଛି । ଦହିବରା, ଗୁପଚୁପ୍ ଠେଲା ଆଗରେ ଲୋକମାନେ ଖାଇବାର ପୁରା ଆନନ୍ଦ ନେଉଛନ୍ତି । ନାଁ ଏଠି ଅଛି ସାମାଜିକ ଦୂରତା, ନାଁ ଠେଲା ବା ଦୋକାନ ନିକଟରେ ଖାଇବାର ବାରଣ କେହି ମାନ ନାହ।ନ୍ତି ।

ମାସ୍କ ତ କିଛି ଲୋକଙ୍କ ପାଇଁ ଯେମିତି ଏକ ଅଦରକାରୀ ପ୍ରସଙ୍ଗ ପାଲଟିଛି । ମାସ୍କ ନ ପିନ୍ଧିଲେ ଜୋରିମାନା ଯୋଗୁଁ କିଛି ଲୋକ ମାସ୍କତ ଗଳାଇ ଦେଉଛନ୍ତି, ହେଲେ ମୁହଁ ପରିବର୍ତ୍ତେ ଥୋଡ଼ିରେ ଦାଢ଼ି ଲୁଚାଇବାକୁ ଯେମିତି ମାସ୍କ ବ୍ୟବହାର ହେଉଥିବା ଦେଖା ଯାଉଛି । ରାସ୍ତାରେ ପାନ ଖାଇବା, ଛେପ ପକାଇବା ସରକାରୀ ନିୟମକୁ ଫୁଃ । ରାସ୍ତାରେ ପାନ ଛେପ, ଖଙ୍କାର ପକାଉଥିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ପରିଣତିସ୍ବରୂପ ରାଜଧାନୀ ପୁଣି ଏକ ବିସ୍ଫୋରକ ସମୟ ଆଡ଼କୁ ଗତି କରିବା ଓ ପୁରା ସଟ୍ ଡ଼ାଉନ ହେବ ଆଡ଼କୁ ଗତି କରୁଛି ।

ଅନ୍ୟ ରାଜ୍ୟ ଓ ପ୍ରବାସରୁ ଆସୁଥିବା ଢ଼େର ଲୋକ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ସରକାରଙ୍କୁ ଦେଉ ନାହାନ୍ତି କିମ୍ବା ସଙ୍ଗରୋଧରେ ରହୁ ନ ଥିବା ଅଭିଯୋଗ ହୋଇଛି । ଦୁଇଦିନ ତଳେ ୪ ଜଣ କଲିକତା ଫେରନ୍ତା ପଟିଆ ଅଞ୍ଚଳରେ ବୁଲୁଥିବା ଛବି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ।

Comments (0)
Add Comment