ଭୁବନେଶ୍ବର: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ CRPF ଡିଆଇଜି ସୁନୀଲ୍ କୁମାର ପାର୍ଥଙ୍କର ମୃତ୍ୟୁ ହୋଇଛି । ସେ ଭୁବନେଶ୍ବର CRPF ଗୃପ୍ ସେଣ୍ଟରର ଡିଆଇଜି ଥିଲେ । କିଛି ଦିନ ତଳେ ସୁନୀଲ୍ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରରେ ଏକ ଘରୋଇ ମେଡିକାଲ୍ରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ତାର ଉନ୍ନତି ହୋଇ ଆସୁଥିବା ବେଳେ ହଠାତ୍ ସ୍ଥିତି ବିଗିଡ଼ି ଯାଇଥିଲା । ଡାକ୍ତରଙ୍କ ବହୁତ ଚେଷ୍ଟା ସତ୍ତ୍ବେ ତାଙ୍କୁ ମହାମାରୀ କରୋନା ଠାରୁ ରକ୍ଷା କରିପାରିନଥିଲେ । ଖବର ପାଇ ପରିବାର ଲୋକେ ଆଜି ଭୁବନେଶ୍ବର ପହଞ୍ଚିବାପରେ ଭୁବନେଶ୍ବର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି ।