ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୫୪୫ ଯାତ୍ରୀଙ୍କୁ ନେଇ ଦ୍ୱିଲ୍ଲୀକୁ ଗଲା ଟ୍ରେନ । ଦିନ ୧୦ଟାରୁ ଏହି ଟ୍ରେନ ଭୁବନେଶ୍ୱର ଷ୍ଟେସନ ଛାଡିଛି । ଯାତ୍ରା ଆରମ୍ଭ ପୂର୍ବରୁ ଟ୍ରେନକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଥିଲା । ଯାତ୍ରୀ ମାନେ ଷ୍ଟେସନରେ ହ୍ୟାଣ୍ଡୱାଶ ଏବଂ ସାନିଟାଇଜରରେ ହାତ ପରିସ୍କାର କରି ଟ୍ରେନକୁ ଚଢିଥିଲେ ।ସେହିପରି ସାମାଜିକ ଦୂରତା ବଜାୟ ରଖିବା ପାଇଁ ସମସ୍ତ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।