ଯାଜପୁରର ୧୩ ଟି ସ୍ଥାନ କଂଟେନମେଂଟ ମୁକ୍ତ

ଯାଜପୁର- ଯାଜପୁରରେ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେତେକ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିଲା । ଏଯାବତ୍ ଯାଜପୁରରେ ୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଥବା ବେଳେ ୭୧ ସୁସ୍ଥ ହୋଇଛନ୍ତି । ୧୭୧ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । କଂଟେନମେଂଟ ଅଂଚଳରୁ ନୂଆ ପଜିଟିଭ ଚିହ୍ନଟ ହୋଇନଥିବାରୁ ୧୩ ଟି ସ୍ଥାନକୁ ମୁକ୍ତ କରାଯାଇଛି । ଦଶରଥପୁରର ୪, ବରୀର ୩, ସଦର ବ୍ଳକ ୩, ରସୁଲପୁର ୨, ବିଞ୍ଚାରପୁର ବ୍ଳକର ଗୋଟିଏ ସ୍ଥାନରୁ କଂଟେନମେଂଟ ଜୋନ ହଟିଛି ।

Comments (0)
Add Comment