ଦନ୍ତା ହାତୀର ମୃତଦେହ ଉଦ୍ଧାର

ବଣାଇ: ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ଅରାଗାଟ ଗ୍ରାମର ପାରମ ସାହିରୁ ଗତକାଲି ଏକ ଦନ୍ତା ହାତୀର ମୃତଦେହ ଠାବ କାରାଯାଇଛି ।ହାତୀଟିର ବୟସ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟିର ମୃତୁ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ରୋଗ କାରଣରୁ ତା’ର ମୃତୁ୍ୟ ଘଟିଥିବା ଅନୁମାନ କରାଯାଉଛି । ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment