ଓଡ଼ିଶାରେ କୋଭିଡ୍‌ ହସ୍ପିଟାଲ ବେଡ୍‌ ସଂଖ୍ୟା ୪ ହଜାର ହେବ

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍‌ ହସ୍ପିଟାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଇ ୪ହଜାର ହେବ। ଗୁରୁବାର ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବେଡ୍‌ ସଂଖ୍ୟାକୁ ବୃଦ୍ଧି କରାଯିବ। ଏହାସହ ଦିନକୁ ୧୫ହଜାର ଟେଷ୍ଟ ପାଇଁ ଆଲୋଚନା ହୋଇଛି । ଘରୋଇ ମେଡ଼ିକାଲରେ କୋଭିଡ଼ ପରୀକ୍ଷାକୁ ଅନୁମତି ମିଳିବ। ବଲାଙ୍ଗୀର, କୋରାପୁଟ ଓ ବାରିପଦା ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଯିବା ନେଇ ଅନୁମତି ମିଳିବ। ୧୬ରୁ ବଲାଙ୍ଗୀର, ୨୩ରେ କୋରାପୁଟ, ୩୧ରେ ବାରିପଦାରୁ କୋଭିଡ଼ ଟେଷ୍ଟ ଆରମ୍ଭ ହେବ। 

Comments (0)
Add Comment