ନିଃଶଦ୍ଧ ଦ୍ୱୈତ ନଗରୀ: ରାସ୍ତା ଘାଟ ଶୂନଶାନ

ଭୁବନେଶ୍ୱର- କରୋନା ଭୂତାଣୁ ସଂକ୍ରମଣ ଜନିତ ଆଶଙ୍କା ନେଇ ଶୁକ୍ରବାର ୧୧ଜିଲ୍ଲାରେ ସଟଡାଉନ ଜାରି ହୋଇଛିି ।ତେଣୁ ରାଜଧାନୀ ଭୁବନେଶ୍ୱର ଓ କଟକ ସହର ରାସ୍ତା ଘାଟ ଶୂନଶାନ । ଯାନବାହନ ଚଳାଚଳ ଠପ । ଚାରିଆଡେ ପୁଲିସର କଡା ଚେକିଂ । ସରକାରଙ୍କ ନିଷ୍ପତି ଅନୁଯାୟୀ ଜୁନ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ ଜାରି ହେବ । ଶନିବାର ଦ୍ୱୈତ ନଗରୀରେ ସଟଡାଉନ ପ୍ରଭାବ ବିଶେଷ ଅନୁଭୁତ ହୋଇଥିବା ବେଳେ ପ୍ରତି ଛକରେ ପୁଲିସ ପକ୍ଷରୁ କଡା ଯାଂଚ ଚାଲିଛି । କୌଣସି କାରଣରେ ଯେଉଁମାନେ ବାହାରେ ବୁଲୁଛନ୍ତି ପୁଲିସ ସେମାନଙ୍କୁ ଅଟକ ରଖିୁଛି । କେବଳ ପାଶଧାରୀଙ୍କୁ ଛାଡ କରୁଛି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛି ।ଲୋକମାନେ ଏହାକୁ ଗ୍ରହଣ କରିଛନ୍ତି ।

Comments (0)
Add Comment