ସେଂଟ ଆରନୋଲଡ୍ ସ୍କୁଲରେ ସ୍ୱାଧିନତା ଦିବସ ପାଳନ

ଭୁବନେଶ୍ୱର ; ସେଂଟ ଆରନୋଲଡ୍ ସ୍କୁଲରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଛି । ତମାଣ୍ଡୋ ପୋଲିସ ଷ୍ଟେସନ, ଆଇ.ଆଇ.ସି ପିକେ ଟୁଡୁ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟର କର୍ମଚାରୀ ଏବଂ ସ୍ୱତନ୍ତ୍ରଭାବେ ନିୟନ୍ତ୍ରୀତ ଅତିଥିମାନଙ୍କ ସହିତ ଜାତୀୟ ପତାକାକୁ ଉତୋଳନ କରିବା ସହ ସ୍ୱାଧିନତାକୁ ବଜାୟ ରଖିବା ପାଇଁ ଶପଥ ଗ୍ରହଣ କଲେ । ମୂଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ନିୟମକୁ ପାଳନ କରିବା ସହିତ ପୋଲିସ କର୍ମଚାରୀମାନଙ୍କୁ କରୋନା ପରିସ୍ଥିତି ସହିତ ଲଢେଇ କରିବା ଓ ସହଯୋଗ ରକ୍ଷା କରିବାକୁ ନିଜ ଅଭିଭାଷଣରେ ଗୁରୁତ୍ୱଦେଲେ । ବିଦ୍ୟାଳୟର ବ୍ୟବସ୍ଥାପକ ଫାଦର ରିଚାର୍ଡ ଭାଜ ସାର୍ବଜନୀନ ଅଦେଖା ଶତୃ କରୋନା ଭୁତାଣୁ ଯାହାକୁ ବନ୍ଧୂକ ବା ମିଶାଇଲ ଦ୍ୱାରା ପରାସ୍ତ କରିବା ଅସମ୍ଭବ କିନ୍ତୁ ସାହାସ, ଆଶା ଏବଂ ଭରସା ବିଶେଷ ଭାବରେ ଆଧ୍ୟାତ୍ମିକ ଶାନ୍ତି ଦ୍ୱାରା କରୋନା ଭୂତାଣୁ କୁ ସମ୍ପୁର୍ଣ୍ଣ ଭାବରେ ବିଶ୍ୱରୁ ମୂଳପୋଛ କରିପାରିବା ବୋଲି ନିଜ ଅଭିଭାଷଣରେ କହିଥିଲେ । ବିଧ୍ୟାଳୟର ଅଧ୍ୟକ୍ଷ ଡ. ପଦ୍ମନାଭ ରଥ ନିଜ ଅଭିଭାଷଣରେ ଏହି କରୋନା ପରିସ୍ଥିତିରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ନୀରବ ଯୋଦ୍ଧାଭାବରେ ଅତ୍ୟାବଶ୍ୟକ ଭୂମିକା ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଏହି ଉତ୍ସବଟିକୁ ଧନ୍ୟବାଦ ଅର୍ପଣ କରି ସମାପ୍ତ କରାଗଲା ।

Comments (0)
Add Comment