ଆନ୍ତର୍ଜାତୀୟ ବିରାଡ଼ି ଦିବସ

ଆନ୍ତର୍ଜାତୀୟ ପ୍ରାଣୀ କଲ୍ୟାଣ ପାଣ୍ଠି ବା ଇଂଟରନାସନାଲ ଫଣ୍ଡ ପର ଆନିମଲ୍ ୱେଲଫେୟାର ଆନୁକୁଲ୍ୟରେ ୨୦୦୨ରୁ ପ୍ରତି ବର୍ଷ ଅଗଷ୍ଟ ୮ ତାରିଖ ଦିନ ଏହି ଦିବସ ପାଳନ କରାଯାଏ । ତେବେ ବିରାଡ଼ି ଆମର ଏକ ବିଶ୍ୱସ୍ତ ବନ୍ଧୁ ହୋଇ ଥିଲେ ହେଁ , ମଣିଷ ଆଦର କରୁଥିବା ଏକ ପୋଷା ପ୍ରାଣୀ । ବିରାଡ଼ି ଓ ମଣିଷର ବନ୍ଧୁତା ସହସ୍ରାଧିକ ବର୍ଷ ପୁରୁଣା । ସଂପ୍ରତି ବିଶ୍ୱରେ ପୋଷା ବିରାଡ଼ିଙ୍କ ସଂଖ୍ୟା ପ୍ରାୟ ପଚାଶ କୋଟି । ତେବେ ବିରାଡ଼ି ପୋଷିଲେ ଅବସାଦରୁ ମୁକ୍ତି ମିଳୁଥିବା , ସ୍ୱାସ୍ଥ୍ୟାବସ୍ଥା ଭଲ ରହୁଥିବା , ଆଙ୍ଗଜାଇଟି ଦୂର ହେଉଥିବା ତଥା କେତେକ ନିର୍ଦ୍ଧିଷ୍ଟ ପ୍ରକାରର ଆଲର୍ଜିରୁ ମୁକ୍ତି ମିଳୁଥିବା ପ୍ରମାଣିତ ହୋଇଛି । ଏମାନେ ପ୍ରତିକୂଳ ପରିବେଶରେ ବଢିପାରୁଥିବାରୁ , ବିଶ୍ୱରେ ସର୍ବତ୍ର ଦେଖିବାକୁ ମିଳନ୍ତି । ଏହି ବିରାଡ଼ି ଦିବସ ଅବସରରେ ପର୍ସିଆନ, ସିଆମିଜ୍, ବର୍ମିଜ୍, ବେଙ୍ଗଲ, ମଂଚକିନ୍, ରାଗାମଫିନ୍ କି ଅନ୍ୟ କୌଣସି ପ୍ରଜାତିର ବିରାଡ଼ିଟିଏ କିଣି, ଘରକୁ ନେଇପାରନ୍ତି ।

Comments (0)
Add Comment