ଶିଶୁ ନିର୍ଯାତନା ମାମଲା : ଝାରସୁଗୁଡ଼ା ପ୍ରଥମ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଶିଶୁ ନିର୍ଯାତନା ମାମଲା ସର୍ବାଧିକ । କରୋନା ଲକଡ଼ାଉନ ପରିସ୍ଥିତିରେ ମଧ୍ୟ ଏଠାରେ ରେକର୍ଡ ସଂଖ୍ୟକ ମାମଲା ରୁଜୁ ହୋଇଛି । ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଚିତ ଝାରସୁଗୁଡ଼ା ସୀମାନ୍ତ ଅଂଚଳ ହୋଇଥିବାରୁ ପ୍ରତି ମାସରେ ଏକାଧିକ ଶିଶୁ ମାମଲା ଦୃଷ୍ଟିକୁ ଆସୁଛି । ଶିଶୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସତ୍ୱେ ଜିଲ୍ଲାରେ ଶିଶୁ ଶ୍ରମିକ , ଶିଶୁ ଯୈାନ ଉତ୍ପୀଡ଼ନ ପରି ଗୁରୁତ୍ୱପୂର୍ଣ୍ଣ ମାମଲା ନିରନ୍ତର ବଢିଚାଲିଛି ।

Comments (0)
Add Comment