ପରିବାର ଲୋକଙ୍କ କଥା ସହି ନପାରି ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ

ଅନୁଗୋଳ: ମହାମାରୀ କରୋନା କାଳରେ ଲୋକମାନଙ୍କୁ ସଚେତନ ରହିବା ସହିତ ଆକ୍ରନ୍ତଙ୍କୁ ହତୋତ୍ସାହିତ ନକରିବାକୁ ପରିବାର ଲୋକଙ୍କୁ ବିଶେଷଜ୍ଞମାନେ ପରାମର୍ଷ ଦେଉଛନ୍ତି । ହେଲେ ଏଥି ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ଏକ ଅମାନବିକ ଘଟଣା ନଜରକୁ ଆସିଛି । ଗୋଟିଏ ପରିବାରର ଜଣେ କରୋନାରେ ଆକ୍ରାନ୍ତ ହୋଇଥିଲା ବେଳେ ତାଙ୍କୁ ପରିବାର ଲୋକେ ନାନ ପ୍ରକାର କଥା କହିଥିଲେ । ଯାହାକୁ ସହି ନପାରି ଶେଷରେ ଆତ୍ମ ହତ୍ୟା କରିଛନ୍ତି କରୋନା ଆକ୍ରାନ୍ତ ବ୍ୟକ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଛେଣ୍ଡିପଦା ସାପୋଇନାଳି ଗ୍ରାମର 70 ବର୍ଷୀୟ ଜଗବନ୍ଧୁ ବାଘ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହାକୁ ନେଇ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ପରିବାର ଲୋକେ ଜଗବନ୍ଧୁଙ୍କୁ ନାନା ପ୍ରକାର କଥା କହିଥିଲେ । ଯାହାକୁ ନେଇ ସେ ମାନସିକ ଚାପରେ ଥିଲେ । ତେବେ ସେ ପରିବାର ଲୋକଙ୍କ କଥାକୁ ସହି ନପାରି ଘରଠାରୁ ପ୍ରାୟ 4 କିଲୋମିଟର ଦୂରରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଛେଣ୍ଡିପଦା ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ପ୍ରାଥମିକ ତଦନ୍ତରୁ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Comments (0)
Add Comment