ବଲାଙ୍ଗୀର: ଆଗଧାଡ଼ିର ଯୋଦ୍ଧା ସାଜି ଲଢୁଥିବା ଆଉ ଜଣେ ଯୋଦ୍ଧାଙ୍କର ଆଜି ଜୀବନ ନେଇଛି ମହାମାରୀ କରୋନା । ବଲାଙ୍ଗୀର ଜିଲ୍ଲା ଚୂଡ଼ାପାଲି ହସ୍ପିଟାଲ୍ରେ ଫାର୍ମାଶିଷ୍ଟ ଭାବରେ କାର୍ଯ୍ୟରତ ଜଣେ ଷ୍ଟାଫ୍ଙ୍କର ଆଜି ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଦିବାକର ପରିଡ଼ା । ଗତ ଏକ ସପ୍ତାହ ତଳେ ହସ୍ପିଟାଲ୍ରେ ଡ୍ୟୁଟି କରୁଥିବା ସମୟରେ ସେ କରୋନା ସଂକ୍ରମଣର ଶୀକାର ହୋଇଥିଲେ । ତାଙ୍କୁ ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ର କୋଭିଡ୍ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରଙ୍କର ବହୁ ଉଦ୍ୟମ ସତ୍ତ୍ବେ ଦୀବାକରଙ୍କୁ କରୋନା ଠାରୁ ରକ୍ଷା କରିପାରିନଥିଲେ । ମୃତ ଫାର୍ମାଶିଷ୍ଟ ଦୀବାକର ପରିଡ଼ାଙ୍କ ଶବକୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତରଫରୁ ହସ୍ପିଟାଲ ପରିସରରେ ଶେଷ ସମ୍ମାନ ପ୍ରଦାନ କରାଯାଇଛି ।