ଭୁବନେଶ୍ୱର- ଖୁବ ଶୀଘ୍ର ସମ ହସ୍ପିଟାଲରେ କୋଭାକସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ହେବାକୁ ଯାଉଛି । ଏବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଚଲିିଛି ବୋଲି ସମ ହସ୍ପିଟାଲର କମୁନିଟି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଇ.ଭେଙ୍କଟ ରାଓ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସ୍ୱେଛାସେବୀଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନଥିବା ଡାକ୍ତର ରାଓ ସୂଚନା ଦେଇଛନ୍ତି । ଟିକା ପରୀକ୍ଷଣ ପାଇଁ ଦେଶର ୧୨ଟି ଅନୁଷ୍ଠାନକୁ ମନୋନୀତ କରାଯାଇଥିବା ବେଳେ ରାଜ୍ୟର ଏକମାତ୍ର ଅନୁଷ୍ଠାନ ସମ ହସ୍ପିଟାଲକୁ ମାନବ ପରୀକ୍ଷଣ ନିମନ୍ତେ ଅନୁମତି ମିଳିଛି ।