ଫୁଲବାଣୀ : କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ କୁର୍ତମଗଡ ଠାରେ ମାଓବାଦୀ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର ଓ ବ୍ୟାନେର ଲଗାଯାଇଥିବା ରବିବାର ଦେଖିବାକୁ ମିଳିଛି। ଏଥିରେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦିଆଯାଇଛି । ଏଥିସହ ପୁଲିସ ଗୁଳିରେ ମୃତ ମାଓବାଦୀଙ୍କୁ ସହିଦ୍ ଆଖ୍ୟା ଦିଆଯିବା ସହ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କୁହାଯାଇଛି।ପୋଷ୍ଟର ମିଳିବା ପରେ ପୁଲିସ ତାହାକୁ ବାହାର କରିଦେଇଥିବା ଜଣାପଡିଛି।ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।