କରୋନାରେ ଆକ୍ରାନ୍ତ ହେଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ମହାମାରୀ କରୋନାର ଦ୍ବିତୀୟ ଲହର ଖାସକରି ରାଜନେତା ମାନଙ୍କୁ ଟାର୍ଗେଟ୍‌ କଲାଭଳି ଲାଗୁଛି । ଏଥିରେ ଏକାଧିକ ରାଜନେତା କରୋନା ଆକ୍ରାନ୍ତ ହୋଇଥିବା ବେଳେ, ଆଜି ଆଇନ୍‌ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ୍‌ କରି ନିଜେ ସୂଚନା ଦେଇଛନ୍ତି । ଟୁଇଟ୍‌ରେ ସେ ଲେଖିଛନ୍ତି ଯେ, ମୋ ରିପୋର୍ଟ୍‌ ପୋଜିଟିଭ୍‌ ଆସିଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରିଛି ବୋଲି ମଧ୍ୟ କହିଛନ୍ତି । ତେବେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରିନେବାକୁ ସେ ଅନୁରୋଧ କରିଛନ୍ତି ।

Comments (0)
Add Comment